କନକ ବ୍ୟୁରୋ: ପରୀକ୍ଷା ଦିନ ବି ଠିକ୍ ସମୟରେ ଆସିଲେ ନାହିଁ ପ୍ରଧାନ ଶିକ୍ଷକ । ପ୍ରଧାନ ଶିକ୍ଷକ ବିଳମ୍ବରେ ଆସିବାରୁ ସ୍କୁଲରେ ପଡିଲା ତାଲା । ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବାଙ୍କୀ ବରହମପୁରା ରଘୁନାଥ ଦେବତା ହାଇସ୍କୁଲରେ ଏହି ଘଟଣା ଦେଖିବାକୁ ମିଳିଛି । ବାଙ୍କୀ ବରହମପୁରା ରଘୁନାଥ ଦେବତା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସଠିକ୍ ସମୟରେ ନଆସିବାରୁ ପରୀକ୍ଷା ବାତିଲ କରାଯାଇଛି । ଖାଲି ସେତିକି ନୁହେଁ ବିଳମ୍ବରେ ପହଂଚିବା ଯୋଗୁ ପ୍ରଧାନ ଶିକ୍ଷକଙ୍କୁ ଖରାରେ ଛିଡା କରାଇ ଦେଇଥିଲେ ଅଭିଭାବକ ଓ ଗ୍ରାମବାସୀ ।