କନକ ବ୍ୟୁରୋ: ପର୍ତ୍ତୁଗାଲ ରାଜଧାନୀ ଲିସବନରେ ଜଣେ ଅଭିଯୁକ୍ତର ମୁଣ୍ଡକୁ ୧୮୧ ବର୍ଷ ହେଲା ସୁରକ୍ଷିତ ରଖାଯାଇଛି। ଆଜି ବି ଏକ କାଚ୍‌ ଜାରରେ ପଶି ରହିଥିବା ସେହି ମୁଣ୍ଡଟି ଏକଦମ୍‌ ସତେଜ ଦିଶୁଛି। ବ୍ୟକ୍ତି ଜଣକର ମୁଣ୍ଡକୁ କାହିଁକି ଏପରି ରଖାଯାଇଛି ବୋଲି କାରଣ ଜାଣିଲେ ଆପଣ ବି ଚକିତ ହୋଇଯି‌ବେ ।

Advertisment

ଏହି ମୁଣ୍ଡ ହେଉଛି ଜଣେ ସିରିୟଲ୍‌ କିଲରର। ବ୍ୟକ୍ତି ଜଣକ ୭୦ରୁ ଅଧିକ ଲୋକଙ୍କ ହତ୍ୟା କରିଛି। ଅନେକ ନୀରିହ ଲୋକଙ୍କ ହତ୍ୟା କରିଥିବା ଏହି ବ୍ୟକ୍ତି ଜଣକୁ ସେ ସମୟରେ ଫାଶୀ ଦଣ୍ଡାଦେଶ ହୋଇଥିଲା। ତାକୁ ଫାଶୀରେ ଝୁଲାଯିବା ପରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ତା’ ମୁଣ୍ଡକୁ ଏପରି ଭାବେ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି।

ସୂଚନା ମୁତାବକ, ଏହି ସିରିଏଲ କିଲରକୁ ଫାଶୀ ହେବା ପରେ ସେହି ଦେଶରେ କାହାକୁ ବି ଫାଶୀ ଦଣ୍ଡାଦେଶ ହୋଇନାହିଁ। ଏହି ସିରିୟଲ୍‌ କିଲର୍‌ର ନାଁ ଡିୟୋଗୋ ଅଲ୍‌ଭେସ୍‌। ଡିୟୋଗର ଜନ୍ମ ୧୮୧୯ ମସିହାରେ ସ୍ପେନ୍‌ର ମେସେଲିୟା ସହରରେ ହୋଇଥିଲା। ସେ ଯେବେ ବଡ଼ ହେଲା କାମ ଖୋଜି ଖୋଜି ପର୍ତ୍ତୁଗାଲରେ ପହଞ୍ଚିଲା। ପର୍ତ୍ତୁଗାଲ ଲିସବନରେ ଚାକିରି ଖୋଜିବାରେ ଲାଗିଲା। ମାତ୍ର ତାକୁ ଚାକିରି ମିଳିଲା ନାହିଁ। ସେ ଶେଷରେ କିଛି ଏପରି ଆସାମାଜିକ ଲୋକଙ୍କ ସସ୍ପର୍ଶରେ ଆସିଲା ଯେଉଁଥିପାଇଁ ତାକୁ ହତ୍ୟାକାରୀ ହେବାକୁ ପଡ଼ିଲା।