କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଓଦା ହୋଇଗଲା ଅମଳ ଧାନ । କାଳବୈଶାଖୀ ବର୍ଷାପେ ଓଦା ହୋଇଯାଇଥିବା ଧାନକୁ ଖଳାରେ ସୁଖାଉଛନ୍ତି ବରଗଡ ଚାଷୀ । ଧାନ ଶୁଖିବ ମାର୍କେଟୟାର୍ଡରେ ବିକ୍ରି ହେବ । ଏଥିପାଇଁ ଅଧିକ ସମୟ ଲାଗିବ । ହେଲେ ଏହାରି ଭିତରେ ରବି ଧାନ ବିକ୍ରି କରିବା ପାଇଁ ପ୍ରଶାସନ ପକ୍ଷରୁ ଟୋକନ ଅବଧି ମାତ୍ର ୧୨ ଦିନ ରହିଛି ।
ଗତ ୫ ତାରିଖରୁ ମାର୍କେଟୟାର୍ଡ ଖୋଲା ଯାଇଛି । ହେଲେ ଓଦା ଧାନକୁ ନେଇ ଚାଷୀ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଓଦା ଧାନ ଶୁଖାଇ ବିକିବା ପାଇଁ ଟୋକନ ଅବଧି ବଢାଇବାକୁ ପ୍ରଶାସନ ପାଖରେ ଚାଷୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/20080401.jpg)