ସଙ୍କଟରେ ଓଡିଆ ସିନେମା: ପ୍ରଯୋଜକଙ୍କ ଅଭିଯୋଗ, ଗୋଡ ଧରିଲେ ବି ମିଳୁନି ହଲ

1,479

କନକ ବ୍ୟୁରୋ: ଓଡିଆ ଫିଲ୍ମ ପ୍ରଯୋଜକଙ୍କ ଅନ୍ତରର କଥା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫିଲ୍ମ କରୁଛନ୍ତି । କିନ୍ତୁ ରିଲିଜି ପାଇଁ ମିଳୁନି ସିନେମା ହଲ । ଓଡିଆ ସିନେମା ମୁକ୍ତି କରିବାକୁ ସଂଘର୍ଷ କରିବାକୁ ପଡୁଛି । ମୁକ୍ତିଲାଭ ପାଇଁ ତାରିଖ ଖୋଜା ଚାଲିଛି । କେବଳ ଜଣେ ନୁହେଁ ଅନେକ ସିନେ ନିର୍ମାତାଙ୍କ ଅବସ୍ଥା ଠିକ ସେୟା । ଆଗକୁ ଦଶହରା । କିନ୍ତୁ ଓଡିଆ ଫିଲ୍ମ ନେବା ପାଇଁ ସିନେମା ହଲ ମାଲିକ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଓଡିଆ ଫିଲ୍ମ ରିଲିଜ ନ ନେବା ପଛରେ ପ୍ରଯୋଜକଙ୍କ କହିବା କଥା ହେଲା, ବିତରଣକାରୀ ସଂସ୍ଥାଗୁଡିକ ହିନ୍ଦୀ ଫିଲ୍ମକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଓଡିଶା ଫିଲ୍ମ କଥା କହିବାବେଳକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାଛଡା ହଲ ମାଲିକଙ୍କ ମତ ହେଉଛି, ଓଡିଆ ଫିଲ୍ମ ରିଲିଜ ହେଲେ ଟଙ୍କା ଉଠୁନି । ଦର୍ଶକ ଆସୁନାହାନ୍ତି । ଦିନେ ଦୁଇଦିନ ମଧ୍ୟରେ ଫିଲ୍ମ ହଟେଇବାକୁ ପଡୁଛି ।

ଓଡିଆ ଫିଲ ଦେଖିବାକୁ ଦର୍ଶକ ଆସୁନଥିବାରୁ ଫିଲ୍ମ ରିଲିଜ କରିବାକୁ ହଲ ମାଲିକ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ସରକାର କିଛି ଠୋସ ପଦକ୍ଷେପ ନେବାକୁ ପ୍ରଯୋଜକ ମତ ଦେଇଛନ୍ତି

-ଫିଲ୍ମର ପ୍ରଚାର ଓ ପ୍ରସାର ବି ଜରୁରୀ ହୋଇପଡିଛି
-ପ୍ରଯୋଜକ-ବିତରକଙ୍କ ମଧ୍ୟରେ ସମନୟ ଜରୁରୀ ହୋଇପଡିଛି
– ଫିଲ୍ମର ମାନ ଉପରେ ବି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ପ୍ର ଯୋଜକ