କନକ ବ୍ୟୁରୋ: ସଠିକ ଢଙ୍ଗରେ ପରିଚାଳନା କରିବା ଦାୟିତ୍ୱ ପାଇଥିବା ଓକାକର ଜଣେ ବରିଷ୍ଠ ଅଧିକାରୀଙ୍କ ହ୍ୱା୍ଟସଅପ ବି ହୋଇପାରେ ହ୍ୟାକ୍ । ଏ କଥା ଶୁଣିଲାବେଳକୁ ଆପଣଙ୍କୁ ହୁଏତ ବିଶ୍ୱାସ ଲାଗୁନଥାଇପାରେ । ହେଲେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଂଟର, ଓକାକର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଅପ ହ୍ୟାକ କରି ୭ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଆସିଛି ।
ମନୋଜ କୁମାର ପଟ୍ଟନାୟକ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ମଧ୍ୟ ଅଛନ୍ତି । ଚିକିତ୍ସା ପାଇଁ ଟଙ୍କା ଦରକାର କହି ଟଙ୍କା ମାଗିଥିଲେ ସାଇବର୍ ଅପରାଧୀ । ତାଙ୍କର ପ୍ରାୟ ୫ ଜଣ ସଂପର୍କୀୟଙ୍କ ଠାରୁ ୭ ଲକ୍ଷ ଟଙ୍କା ଠକିଥିବା ଥାନାରେ ଏତଲା ଦିଆଯାଇଛି ।
ମନୋଜ ପଟ୍ଟନାୟକଙ୍କୁ ପ୍ରଥମେ ଏକ ଅଜଣା ନମ୍ବରରୁ କଲ ଆସିବା ପରେ ତାଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଥିଲା । ଏହାପରେ ହ୍ୟାକର ତାଙ୍କ ହ୍ୱାଟ୍ସଆପ୍ ଆକଉଂଟକୁ ବ୍ୟବହାର କରି ବନ୍ଧୁ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲେ । ମନୋଜଙ୍କ ହ୍ୱାଟସଅପ ନମ୍ବରରୁ ତାଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ନିକଟକୁ ମେସେଜ ଯାଇଥିଲା ସେ ଅସୁସ୍ଥ ଅଛନ୍ତି ଓ ତାଙ୍କୁ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ଅଛି । ଏଭଳି ମେସେଜ ଦେଖିବା ପରେ ତାଙ୍କ ବନ୍ଧୁ ଓ ପରିବାର ଲୋକ ମନୋଜଙ୍କ ନିକଟକୁ ଟଙ୍କା ପଠାଇବା ଆରମ୍ଭ କରିଥିଲେ । ଜଣେ ସାଙ୍ଗ ଫୋନ କରିବା ପରେ ମନୋଜ ଜାଣିବାକୁ ପାଇଥିଲେ ତାଙ୍କ ହ୍ୱାଟସଆପ ହ୍ୟାକ ହୋଇଛି । ଏଠାରେ ବଡ ପ୍ରଶ୍ନ ଆସୁଛି ହ୍ୱାଟସଆପ କଣ ହ୍ୟାକ ହୋଇପାରେ? ସାଇବର ବିଶେଷଜ୍ଞଙ୍କ କହିବା କଥା ହେଲା
କିଭଳି ହୋଇପାରେ ହ୍ୱାଟସଆପ ହ୍ୟାକ?
-ମୋବାଇଲକୁ ଏସଏମଏସ କିମ୍ବା ହ୍ୱାଟସଅପରେ ୬ ନମ୍ବର ବିଶିଷ୍ଟ କୋଡ ଆସିବ, ଆଉ ହ୍ୟାକର ହାତରେ ଏହା ଲାଗିଲେ ହ୍ୱାଟସଅପ ହ୍ୟାକ ହୋଇପାରେ
- ଲୋଭନୀୟ ଅଫର ଥାଇ ହ୍ୱାଟସଅପକୁ କ୍ୟୁଆର-କୋର୍ଡ ଆସିବ, ଆଉ ଏହାକୁ ସ୍କାନ କଲେ ହ୍ୱାଟସଅପ ହ୍ୟାକ ହୋଇପାରେ
-ପ୍ରିଂ-ଚାର୍ଜି ପଂଏଟରେ ଚାର୍ଜ କଲେ ହ୍ୟାକ ହେବା ସମ୍ଭାବନା
-ଫ୍ରି –ୱାଇଫାଇରେ ଇଂଟରନେଟ ବ୍ରାଉଜିଙ୍ଗ କଲେ
-ହ୍ୱାଟସଅପ କିମ୍ବା ଓ ଏସଏମଏସରେ ଲିଙ୍କ ଆସିଲେ ଆଉ ସେଥିରେ କ୍ଲିକ କଲେ କଂଟାକ୍ଟ ଡିଟେଲସ ହ୍ୟାକ ହୋଇ ଠକେଇ ହେବା ସମ୍ଭାବନା ଅଧିକ
ବଡ ପ୍ରଶ୍ନ ହେଲା, ହ୍ୱାଟସଅପ ହ୍ୟାକ ପ୍ରତି ଆପଣ ସାବଧାନ ହେବେ କିଭଳି ।
-ହ୍ୱାଟସଅପରେ ସେଟିଂକୁ ଯାଇ ଟୁ-ୱେ ଭେରିଫିକେସନ ଅନ କରିବେ
- ହ୍ୱାଟସଆପ କୋଡ ମାଗିଲେ କାହାକୁ ଦେବେ ନାହିଁ
-ମୋବାଇଲ ଅନ୍ୟ କାହାକୁ ଦେବେ ନାହିଁ
-ହ୍ୱାଟସଅପରେ ଅଜଣା ଲିଙ୍କ ଆସିଲେ କ୍ଲିକ କରିବେ ନାହିଁ
ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଂଚ ଏହି ଠକେଇର ଖିଅ ଖୋଜିବା ଆରମ୍ଭ କରିଛି ।