କାଲିଠୁ ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା । ବନ୍ଦ ରହିବ ପାର୍କ, ମଲ, ସିନେମା ହଲ

268

କନକ ବ୍ୟୁରୋ: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଏହାରି ଭିତରେ ରାଜ୍ୟରେ କିଛି ନିୟମ କୋହଳ ହୋଇଥିବା ବେଳେ କିଛି କଡାକଡି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ କାଲିଠୁ ଜିମ୍, ବିୟୁଟି ପାର୍ଲର, ସ୍ପା ଖୋଲା ରହିବ । ଛୋଟ ସେଲୁନକୁ ପୂର୍ବରୁ ଅନୁମତି ମିଳିଥିବା ବେଳେ ଏବେ ବଡ ସେଲୁନକୁ ମଧ୍ୟ ଅନୁମତି ମିଳିଛି ।

ସେହିପରି ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଓ ବାର ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ରାଜ୍ୟରେ ବନ୍ଦ ରହିବ । ଏହାସହ ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ । ଯାତ୍ରା ଓ ରଙ୍ଗମଞ୍ଚ ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା  ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।