କନକ ବ୍ୟୁରୋ: ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଅତିଥି ତାଲିକାରେ ସେଂଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ କାମ କରୁଥିବା ସଫେଇ କର୍ମଚାରୀ, କିନ୍ନର ଏବଂ ଶ୍ରମିକମାନେ । ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ବନ୍ଦେ ଭାରତ ଏବଂ ମେଟ୍ରୋ ଟ୍ରେନରେ କାର୍ଯ୍ୟରତ ରେଳ କର୍ମଚାରୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାର ହିତାଧିକାରୀମାନେ ସାମିଲ ହେବେ । ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନରେ ୮ ହଜାରରୁ ଅଧିକ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ଯେଉଁଥିରେ ଦେଶ ବିଦେଶର ଅତିଥି ଉପସ୍ଥିତ ରହିବେ । ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟ ବିଜୟୀ ହେବା ପରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।
ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଅତିଥି ହେବେ ସଫେଇ କର୍ମଚାରୀ, କିନ୍ନର ଏବଂ ଶ୍ରମିକ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଇଛି ଅତିଥିଙ୍କ ଲିଷ୍ଟ...
/kanak/media/post_attachments/wp-content/uploads/2024/06/1euh25f_pm-modi_625x300_07_June_24.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)