କନକ ବ୍ୟୁରୋ : ରାଜ୍ୟମାନେ ଜିଏସଟିକୁ ନେଇ ସହୁଥିବା କ୍ଷତି ଉପରେ ମତ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ । ମୌସୁମୀ ଅଧବେସନରେ ଏନେଇ ମତ ରଖି ସେ କହିଛନ୍ତି କି ଏହି ସମସ୍ୟାର ସମାଧାନ କରିବ ଜିଏସଟି କାଉଁସିଲ । କେଉଁଠୁ ଋଣ ଆଣି ଏହାର ଭରଣା କରାଯିବ ତାହା ସ୍ଥିର କରିବ ଜିଏସଟି କାଉଁସିଲ ।
() କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୌସୁମୀ ଅଧିବେସନରେ କହିଛନ୍ତି କି ରାଜ୍ୟମାନେ ବସ୍ତୁ ଓ ସେବାକର (ଜିଏସଟି) ଉପରେ ସହୁଥିବା କ୍ଷତିକୁ ନେଇ କେନ୍ଦ୍ରସରକାର ତାଙ୍କ ଦାୟିତ୍ୱରୁ ପଛକୁ ହଟିନାହାନ୍ତି । ବିରୋଧିମାନେ ଲଗାଉଥିବା ଦୋଷ ଉପରେ ସେ କହିଛନ୍ତି କି ରାଜ୍ୟସରକାର ମାନେ ସହୁଥିବା କ୍ଷତି ଉପରେ ଜିଏସଟି ପରିଷଦ ବିଚାର କରି କିଛି ନା କିଛି ରାସ୍ତା ବାହାର କରିବ । ଏହା ସହ ସେ ସଫା ସଫା କହିଛନ୍ତି କି କନସୁଲଟେଡ ଫଣ୍ଡରୁ ଏହି କ୍ଷତିର ଭରଣା କରିବାକୁ କୌଣସି ପ୍ରାବଧାନ ନାହିଁ ।
ରାଜ୍ୟମାନେ ସହୁଥିବା ଜିଏସଟି କ୍ଷତିର ଭରଣା ସେସ୍ ଫଣ୍ଡରୁ ହେବା ଆବଶ୍ୟକ
ସୀତାରମଣ ଆହୁରି କହିଛନ୍ତି କି ଜିଏସଟି କ୍ଷତିପୂରଣ ମାମଲାକୁ ନେଇ ସେ ଜିଏସଟି ପରିଷଦରେ ଚର୍ଚ୍ଚା କରିବେ । ଏନେଇ ରାଜ୍ୟସରକାରଙ୍କର ହେଉଥିବା ରାଜସ୍ୱ କ୍ଷତିକୁ କିଭଳି ଭାବେ ଋଣ କରି ଭରଣା କରାଯାଇପାରିବ ସେ ନେଇ ସେ ଆଲୋଚନା କରିବେ । ଏହା ସହ ସେ କହିଛନ୍ତି କି ବିଶେଷ ଭାବେ ଏଭଳି କ୍ଷତିର ଭରଣା ସେସ୍ ଫଣ୍ଡରୁ କରାଯିବାର ଆବଶ୍ୟକ ରହିଛି । ଏହାସହ ଲୋକସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିନିଯୋଗ ବିଧେୟକକୁ ମଞ୍ଜୁର କରିଛନ୍ତି । ଏହା ପାଇଁ ୨,୩୫,୮୫୨ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଲାଗି ମଞ୍ଜୁରୀ ମାଗିଛନ୍ତି । ଏହାସହ ତଳ ସଦନରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ମଗାଯାଇଥିବା ଅତିରିକ୍ତ ଅନୁଦାନକୁ ମଞ୍ଜୁର କରିଛନ୍ତି ।
କୌଣସି ରାଜ୍ୟର ଅନୁଦାନ ଅଟକାଇ ନାହାନ୍ତି କେନ୍ଦ୍ରସରକାର
ବିରୋଧୀମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ସୀଥାରମଣ କହିଛନ୍ତି ବିରୋଧୀ ମାନେ ବିରୋଧୀ ମାନେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । କୋଭିଡ-୧୯ ଭଳି ମୁସ୍କିଲ ସମୟରେ ବି କେନ୍ଦ୍ରସରକାର କୌଣସି ରାଜ୍ୟର ଅନୁଦାନକୁ ବନ୍ଦ କରିନାହାନ୍ତି । ରାଜ୍ୟମାନେ ସହିଥିବା ଜିଏସଟି କ୍ଷତି ପୂରଣ କରିବାରେ କେନ୍ଦ୍ରସରକାର ପଛକୁ ହଟି ନାହାନ୍ତି । ଏହାସହ କରୋନା ମହାମାରୀ ବେଳେ ସରକାର ସହୁଥିବା ଟ୍ୟାକ୍ସ କ୍ଷତି ଭରଣା କରିବାକୁ କୌଣସି ସାମଗ୍ରୀ ଉପରେ କର ବଢାଇ ନାହାନ୍ତି । ଅନ୍ୟପଟେ କରୋନା ମହାମାରୀ ପାଇଁ ରାଜ୍ୟରେ ଜିଏସଟି ରାଜସ୍ୱ ଆଦାୟ ୨.୩୫ ଲକ୍ଷ କୋଟି ଟଙ୍କା କମିପାରେ ବୋଲି ସେ ଅନୁମାନ କରିଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ରୋଜଗାର ଓ ସୁରକ୍ଷା ସମେତ ଶ୍ରମ ସୁଧାର ସହିତ ଜଡିତ ୩ ଟି ବିଲ ଉପସ୍ଥାପନା
କେନ୍ଦ୍ରସରକାର ଏହା ମାନିଛନ୍ତି କି ରାଜ୍ୟମାନଙ୍କରେ ଜିଏସଟିରୁ ହେଉଥିବା ଆମଦାନୀ କରୋନା ମହାମାରୀ ପାଇଁ ୧.୩୮ ଲକ୍ଷ କୋଟି ଟଙ୍କା କମ ହୋଇପାରେ । କହିରଖୁ କି ଅଣ ବିଜେପି ଶାସିତ ୬ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ରସରକାରଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରସରକାର ଋଣ କରି ରାଜ୍ୟମାନେ ସହୁଥିବା କ୍ଷତିକୁ ଭରଣା କରିବାକୁ ଚାହୁଁଥିବା ବେଳେ ସେମାନେ ଚିଠି ମାଧ୍ୟମରେ ଏହାକୁ ବିରୋଧ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ତେଲାଙ୍ଗାନା, ଛତିଶଗଡ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ । ସେମାନେ ଚଠିରେ ଉଲ୍ଲେଖ କରିଥିଲେ କି କେନ୍ଦ୍ରସରକାର ଯଦି ଖୋଲାବଜାରରୁ ଋଣ କରି ଏହି କ୍ଷତିର ଭରଣା କରନ୍ତି ତାହେଲେ ଏହା ରାଜ୍ୟସରକାର ମାନଙ୍କ ପାଇଁ ଅଧିକ ବୋଝ ହୋଇଯିବ । ଏହା ଉପରେ ଅର୍ଥମନ୍ତ୍ରୀ କହିଥିଲେ କି ଏବେ କରୋନା ମହାମାରୀ ପାଇଁ କେନ୍ଦ୍ର ପାଉଥିବା ଟ୍ୟାକ୍ସର ୨୯.୧ ପ୍ରତିଶତ ହ୍ରାସ ହୋଇଛି । ହେଲେ କେନ୍ଦ୍ରସରକାର ରାଜ୍ୟମାନଙ୍କୁ ସେମାନଙ୍କ ଅନୁଦାନ ରାଶି ଦେଇଚାଲିଛନ୍ତି ।