କନକ ବ୍ୟୁରୋ: ବିଶ୍ୱ ଦେଖିଲା ଭାରତର ଶକ୍ତି । ସମୁଦ୍ର ପଥକୁ ସୁରକ୍ଷିତ କରିବା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ଏମିତି ଏକ ଯୁଦ୍ଧପୋତ ତିଆରି ହୋଇଛି । ଯାହା ରାସାୟନିକ, ଆଣିବକ ଓ ଜୈବକ ଯୁଦ୍ଧାସ୍ତ୍ର ମାଡ କରିପାରିବ । ଭାରତୀୟ ନୌସେନାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଶକ୍ତି ସଂପନ୍ନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ମୋର୍ମୁଗାଓ ସାମିଲ ହେବା ପରେ ଶତ୍ରୁ ଛାତିରେ ଛନକା ପଶିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁମ୍ବାଇରେ ନୈାସେନାର ଡକୟାର୍ଡରେ ଏହି ବିଧ୍ୱଂସକାରୀ ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିଛନ୍ତି । ଚୀନ ସହ ସୀମାରେ ଉତ୍ତେଜନା ଓ ଭାରତ ମହାସାଗରରେ ଡ୍ରାଗନର ଉପସ୍ଥିତି ଭିତରେ ଆଇଏନଏସ ମୋରମୁଗାଓ ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ । ଚାଲବାଜ ଚୀନକୁ ଡୁବେଇ ମାରିବା ପାଇଁ ଭାରତୀୟ ନୌସେନାକୁ ଏବେ ବ୍ରହ୍ମାସ୍ତ୍ର ମିଳିଯାଇଛି ।
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି-୧୫ବି ଷ୍ଟିଲ୍ଥ ଗାଇଡେଡ୍ ମିଶାଇ ବିଧ୍ୱଂସକାରୀ ଯୁଦ୍ଧଜାହାଜ ହେଉଛି ଆଇଏନ୍ଏସ୍ ମୋର୍ମୁଗାଓ । ଗୋଆର ଐତିହାସିକ ବନ୍ଦର ମୋର୍ମୁଗାଓ ନାଁ ଅନୁସାରେ ଏହି ଯୁଦ୍ଧ ଜାହାଜର ନାମକରଣ କରାଯାଇଛି । ଅତ୍ୟାଧୁନିକ ସେନସର ଓ ରାଡାର କ୍ଷମତା ସଂପନ୍ନ ଯୁଦ୍ଧ ଜାହାଜ ଭାରତୀୟ ନୌସେନାକୁ ମିଳିଛି ।
ଆଇଏନଏସ ମୋରମୁଗାଓର ବିଶେଷତ୍ୱ
- ମୋର୍ମୁଗାଓ ଶତ୍ରୁପକ୍ଷର ରାଡାରକୁ ମାତ ଦେଇପାରିବ
- ଏଥିରେ କ୍ଷେପଣାସ୍ତ୍ର ସହ ହେଲିକପ୍ଟର ପାଇଁ ବ୍ୟବସ୍ଥା ରହିଛି
- ଆଣବିକ, ଜୈବିକ, ରାସାୟନିକ ଆକ୍ରମଣ କରିପାରିବ
- ଅତ୍ୟାଧୁନିକ ଅଲର୍ଟ ରାଡାର ଏମଏଫ ଷ୍ଟାର ଶକ୍ତି ସମ୍ପନ୍ନ
- ଏଥିରେ ୧୨୭ ମିଲମିଟର ଗନ ଓ ୬୩୦ ଆଂଟି ମିଜାଇଲ ଖଞ୍ଜା ଯାଇଛି
- ଦୁଇଟି ୬୦୦୦-ଆଂଟି ସବମେରାଇନ୍ ରକେଟ ଲଂଚର ଅଛି
- ମୋରମୁଗାଓର ଲମ୍ବ ୧୬୩ ମିଟର, ପ୍ରସ୍ତ ୧୭ ମିଟର
- ଓଜନ ୭ ହଜାର ୫ଶହ ଟନ୍
- ସମୁଦ୍ରରେ ଘଂଟାପ୍ରତି ୪୮ କିମି ବେଗରେ ଗତି କରିପାରିବ
ଆଇଏନଏସ ମୋର୍ମୁଗାଓକୁ ଭାରତ ନିର୍ମିତ ସବୁଠାରୁ ଘାତକ ଯୁଦ୍ଧ ଜାହାଜ ବୋଲି କୁହାଯାଉଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜର ୭୫ ପ୍ରତିଶତ ଅଂଶ ଭାରତରେ ନିର୍ମିତ ହୋଇଛି, ବଡ କଥା ହେଉଛି ଏହା ଆତ୍ମନିର୍ଭର ଭାରତ ଯୋଜନାରେ ତିଆରି କରାଯାଇଛି ।
Follow Us