କନକ ବ୍ୟୁରୋ: ଆଜିଠୁ ବସିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରବାର, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଚାଲିବ ଅଭିଯୋଗର ଶୁଣାଣି । ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଜନଶୁଣାଣି ଆରମ୍ଭ ହେବାକୁ ଯାଉଛି । ଏହିଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ ।
ପ୍ରତ୍ୟେକ ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ସକାଳ ୯ଟାରୁ ଅଭିଯୋଗ ପ୍ରକୋଷ୍ଠରେ ପହଁଚି ପଂଜୀକରଣ କରିବାକୁ ପଡ଼ିବ । ଅଭିଯୋଗ ପ୍ରକୋଷ୍ଠ ବାହାରେ ବ୍ୟାରିକେଡ ପ୍ରସ୍ତୁତ କରାଯାଇଥିବା ବେଳେ ଏହିବାଟେ ଧାଡ଼ିରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ଜଣାଇବେ ଜନସାଧାରଣ । ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/1.jpg)