କନକ ବ୍ୟୁରୋ: ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କ ମହାନତା । ମଝି ରାସ୍ତାରେ ବେହୋସ ହୋଇ ଯାଇଥିବା ଗର୍ଭବତୀ ମହିଳାଙ୍କୁ କୋଳରେ ଶୁଆଇ ଆସୁ ଚିକିତ୍ସା ଯୋଗାଇ ଦେଇଛନ୍ତି ମହିଳା କନେଷ୍ଟବଳ । ଏଭଳି ଖବର ଆସିଛି ଭୁବନେଶ୍ୱରର ଏୟାରପୋର୍ଟ ଛକରୁ । ଏଠାରେ ହଠାତ୍ ଜଣେ ଗର୍ଭବତୀ ମହିଳା ରାସ୍ତା ମଝିରେ ବେହୋସ ହୋଇ ପଡିଲେ । ଏହି ସମୟରେ ଟ୍ରାଫିକ୍ ପୋଷ୍ଟରେ କାମ କରୁଥିବା ମହିଳା କନଷ୍ଟେବଳ ସୁମିତ୍ରା ବେହେରା । ତୁରନ୍ତ ମହିଳାଙ୍କୁ ପାଣି ପିଆଇବା ସହ ତାଙ୍କୁ ଆଶୁ ଚିକିତ୍ସା ଦେଇଥିଲେ ସୁମିତ୍ରା । ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ଅନ୍ୟ ସହଯୋଗୀ ସରୋଜ କୁମାର ପୃଷ୍ଟି ଓ ଲାଲ ମୋହନ ବିଶ୍ୱାଳଙ୍କ ସହ ମିଶି ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପଠାଇବା ବ୍ୟବସ୍ଥା ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ ଚିକିତ୍ସା ଓ ଖାଇବା ପାଇଁ ମହିଳାଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥିଲେ ଏମାନେ । ଟ୍ରାଫିକ୍ କର୍ମଚାରୀଙ୍କ ଏଭଳି ମହାନତା ଦେଖି ମନେ ହେଉଛି ଆଜି ବି ଆମ ସମାଜରେ ମାନବିକତା ବଞ୍ଚ ରହିଛି ।