ଟ୍ରାଫିକ୍ ପୋଲିସଙ୍କ ମହାନତା : ଭୁବନେଶ୍ୱର ଏୟାରପୋଟ ଛକରେ ଟମାଟୋ ପାଇଁ ଟ୍ରାଫିକ୍ ବନ୍ଦ; ବ୍ୟବସାୟୀଙ୍କୁ ଟମାଟୋ ଖସିପଡ଼ିଥିବା ବେଳେ ଗୋଟାଇଲେ ଟ୍ରାଫିକ୍ କର୍ମଚାରୀ

Advertisment
ଟ୍ରାଫିକ୍ ପୋଲିସଙ୍କ ମହାନତା : ଭୁବନେଶ୍ୱର ଏୟାରପୋଟ ଛକରେ ଟମାଟୋ ପାଇଁ ଟ୍ରାଫିକ୍ ବନ୍ଦ; ବ୍ୟବସାୟୀଙ୍କୁ ଟମାଟୋ ଖସିପଡ଼ିଥିବା ବେଳେ ଗୋଟାଇଲେ ଟ୍ରାଫିକ୍ କର୍ମଚାରୀ

କନକ ବ୍ୟୁରୋ : ରାଜଧାନୀରେ ଟ୍ରାଫିକ ପୁଲିସଙ୍କ ମହାନତା । ଏୟାରପୋର୍ଟ ଛକରେ ରାସ୍ତାରେ ପଡିଯାଇଥିବା ଟମାଟୋକୁ ଗୋଟାଇ  ବ୍ୟବସାୟୀଙ୍କୁ କ୍ଷତିରୁ ବଂଚାଇଲେ  ଦୁଇ ଟ୍ରାଫିକ କର୍ମଚାରୀ । ହସ୍ପିଟାଲ ଛକରୁ ଟ୍ରାଫିକ ଛକ ଦେଇ ଯାଉଥିବା ଏକ ଅଟୋରେ ଟମାଟୋ ବୋଝେଇ ହୋଇ ଯାଉଥିଲା । ତେବେ ହଠାତ ଗାଡିରୁ ଟମାଟୋ ପେଟି ଖସିପଡିଥିଲା ।

ତୁରନ୍ତ ଟ୍ରାଫିକ କର୍ମଚାରୀମାନେ ରୁଟ ବନ୍ଦ କରିଦେଇଥିଲେ । ଏହା ପରେ କୌଣସି ଗାଡି ଯେମିତି ଟମାଟୋ ଉପରେ ନ ଚଢେ ସେଥିପାଇଁ ନିଜେ ଟମାଟୋ ଗୋଟେଇବାରେ ଲାଗିଥିଲେ । ଟ୍ରାଫିକ ପୁଲିସଙ୍କ ଏଭଳି କାମ ପାଇଁ ତାଙ୍କୁ ଲୋକମାନେ ପ୍ରଶଂସା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe