କନକ ବ୍ୟୁରୋ : ରାଜଧାନୀରେ ଟ୍ରାଫିକ ପୁଲିସଙ୍କ ମହାନତା । ଏୟାରପୋର୍ଟ ଛକରେ ରାସ୍ତାରେ ପଡିଯାଇଥିବା ଟମାଟୋକୁ ଗୋଟାଇ ବ୍ୟବସାୟୀଙ୍କୁ କ୍ଷତିରୁ ବଂଚାଇଲେ ଦୁଇ ଟ୍ରାଫିକ କର୍ମଚାରୀ । ହସ୍ପିଟାଲ ଛକରୁ ଟ୍ରାଫିକ ଛକ ଦେଇ ଯାଉଥିବା ଏକ ଅଟୋରେ ଟମାଟୋ ବୋଝେଇ ହୋଇ ଯାଉଥିଲା । ତେବେ ହଠାତ ଗାଡିରୁ ଟମାଟୋ ପେଟି ଖସିପଡିଥିଲା ।
ତୁରନ୍ତ ଟ୍ରାଫିକ କର୍ମଚାରୀମାନେ ରୁଟ ବନ୍ଦ କରିଦେଇଥିଲେ । ଏହା ପରେ କୌଣସି ଗାଡି ଯେମିତି ଟମାଟୋ ଉପରେ ନ ଚଢେ ସେଥିପାଇଁ ନିଜେ ଟମାଟୋ ଗୋଟେଇବାରେ ଲାଗିଥିଲେ । ଟ୍ରାଫିକ ପୁଲିସଙ୍କ ଏଭଳି କାମ ପାଇଁ ତାଙ୍କୁ ଲୋକମାନେ ପ୍ରଶଂସା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/8-15.jpg)