ରାଜଧାନୀରେ କର୍ତ୍ତବ୍ୟରତ ହୋମଗାର୍ଡଙ୍କ ମହାନତା : ରକ୍ତ ଜୁଡୁବୁଡୁ ହୋଇଥିବା ବ୍ୟକ୍ତିଙ୍କ ବ୍ୟାଣ୍ଡେଜ କଲେ ହୋମଗାର୍ଡ

109

କନକ ବ୍ୟୁରୋ : ହୋମଗାର୍ଡ଼ ରାକେଶ ମୁଦୁଲିଙ୍କ ମହାନତା । ରସୁଲଗଡ଼ ଛକରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କଲେ ବ୍ୟାଣ୍ଡେଜ । ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତି ଜଣକ ରାସ୍ତା ଉପରେ ପଡି ରହିଥିଲେ । ଠିକ୍ ସେହି ସମୟରେ ଟ୍ରାଫିକ ପୋଷ୍ଟରୁ ଆସି ଦୁର୍ଘଟଣା ହୋଇଥିବା ବ୍ୟକ୍ତିଙ୍କ କ୍ଷତ ସ୍ଥାନକୁ ପୋଛି ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ଏହି ହୋମଗାର୍ଡ଼ । ଟ୍ରାଫିକ୍ ପୋଷ୍ଟରେ ବ୍ୟସ୍ତ ରହି ମଧ୍ୟ ଦୁର୍ଘଟଣା ବ୍ୟକ୍ତିଙ୍କ ସାହାର୍ଯ୍ୟ କରୁଥିବାରୁ ତାଙ୍କର ଏହି ମହାନ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି ।