କନକ ବ୍ୟୁରୋ : ଫାଣ୍ଡି ଅଧିକାରୀଙ୍କ ମହାନତା । ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢିବାକୁ କଲେ ସହଯୋଗ । ନିଜ ପକେଟରୁ ଆର୍ଥିକ ପରିସ୍ଥିତିରେ ବାନ୍ଧି ହୋଇଥିବା ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେଇଛନ୍ତି ପୋଲିସ ବାବୁ । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡିରୁ ଆସିଛି ଏଭଳି ଏକ ଖବର ।
ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଗରିବ ପିଲାଙ୍କ ଲାଗି ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ଟେଷ୍ଟ ପେପର ବଂଟନ କରିଛନ୍ତି । ଏହାସହିତ ପାଠ ପଢିବାକୁ ଆବଶ୍ୟକ ଥିବା ଉପକରଣ ମଧ୍ୟ ଯୋଗାଇ ଦେଇଛନ୍ତି ପୋଲିସ ବାବୁ । କୁଡୁମୁଲୁଗୁମ୍ମା ଫାଣ୍ଡି ପରିସରରେ ସହାୟତା କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ପାଠ୍ୟ ଉପକରଣ ବାଂଟିଥିଲେ ଫାଣ୍ଡି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-25-13h56m39s346.png)