ଲଗାଣ ବର୍ଷାରେ ଫୁଲୁଛି ମହାନଦୀ : ଶାଖାନଦୀ ଗୁଡିକରେ ଜଳସ୍ତର ବୃଦ୍ଧି, ମଧ୍ୟମ ଧରଣର ବନ୍ୟା ଆଶଙ୍କା ; ବିଭିନ୍ନ ଅଂଚଳ ଜଳମଗ୍ନ

୨ ଦିନ ପରେ କମୁଛି ବୈତରଣୀ, ଜଳକା

156

କନକ ବ୍ୟୁରୋ : ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀରେ ବନ୍ୟା ଆଶଙ୍କା । ସେପଟେ ଫୁଲୁଛି ବୈତରଣୀ , ବୁଢାବଳଙ୍ଗ , ଜଳକା, ସୁବର୍ଣ୍ଣରେଖା, ବ୍ରାହ୍ମଣୀ । ସଂଭାବ୍ୟ ଅଂଚଳରେ ଜଳସମ୍ପଦ ବିଭାଗ ଏବଂ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛନ୍ତି । ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଖୋର୍ଧା ଓ ନୟାଗଡ ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବାକୁ ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଓ ବନ୍ୟାରେ ୭ ଜଣଙ୍କର କାନ୍ଥ ପଡି ଓ ପାଣିରେ ଭାସି ଯାଇ ମୃତ୍ୟୁହେଲାଣି । ମୟୂରଭଂଜରେ ୪ ଜଣ, କେନ୍ଦୁଝରରେ ଜଣେ ଏବଂ ସୁନ୍ଦରଗଡରେ ଜଣେ ଲୋକର ମୃତ୍ୟୁ ହୋଇଛି । ମୟୂରଭଂଜ ଓ ବରଗଡରେ ଜଣେ ଲେଖାଏଁ ନିଖୋଜ ଅଛନ୍ତି ।

ବାଲେଶ୍ୱରରେ ୪ରୁ ୫ଟି ରାସ୍ତା ଉପରେ ପାଣି ଚାଲିଛି । ଯାଜପୁର ଜିଲ୍ଲାରେ ୩ଟି ସ୍ଥାନରେ ଘାଇ ହୋଇଛି । ସେପଟେ ହୀରାକୁଦ ଖୋଲିଲାଣି ୨୦ ଟି ଗେଟ୍ । ରାଜଘାଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ଜଳକା ଓ ବୈତରଣୀ ମଧ୍ୟ ବିପଦ ସଂକେତ ଉପରେ ଚାଲୁଛି । ଏହା ପ୍ରଭାବରେ ବାଲେଶ୍ୱର, ଯାଜପୁର ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହେଲାଣି ।