ବାଙ୍କିରେ ଧସିଲା ମହାନଦୀ ବନ୍ଧ : ଭଜିପୁର ନିକଟରେ ମହାନଦୀ ବନ୍ଧରେ ୧୫ ଫୁଟରୁ ଅଧିକ ଓସାରର ଘାଇ, ୫ରୁ ଅଧିକ ପଂଚାୟତରେ ପଶିଲା ପାଣି; ସୋରରେ କାଂଶବାଂଶ ନଦୀରେ ବନ୍ୟା ପରେ ପାଣି ଘେରରେ ୫୦ ଗାଁ

338

କନକ ବ୍ୟୁରୋ : ବାଙ୍କିରେ ଧସିଲା ମହାନଦୀ ବନ୍ଧ । ଭଜିପୁର ନିକଟ ଗୟଳବାଙ୍କ ଠାରେ ମହାନଦୀ ବନ୍ଧରେ ୧୫ ଫୁଟରୁ ଅଧିକ ଓସାରର ଘାଇ ହୋଇଛି । ଧୀରେ ଧୀରେ ଘାଇ ବଢିବାରେ ଲାଗିଛି । ତ୍ରିଶୁଳିଆ ବାଙ୍କି ରାସ୍ତା ଉପରକୁ ପାଣି ଆସିଲେ କଟକ ଓ ବାଙ୍କି ଯୋଗ ଯୋଗ ବିଛିନ୍ନ ହୋଇଯିବ । ବର୍ତମାନ ଦିଲ୍ଲୀପଡା ପଂଚାୟତ, ତାଳବସ୍ତ, ସୁବର୍ଣ୍ଣସର, ଓସ୍ତିଆ ପଂଚାୟତରେ ପାଣି ପଶିଛି । ଏହାକୁ ନେଇ ଚିନ୍ତାରେ ତଳିଆ ଅଂଚଳ ଲୋକେ ।
ବାଲେଶ୍ୱର ସୋରରେ କାଂଶବାଂଶ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନଦୀର ବିପଦ ସଂକେତ ୭.୫ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୭.୪୮ ମିଟରରେ ପହଁଚି ଗଲାଣି । ଫଳରେ ତଳିଆ ଅଂଚଳ ତଳନଗର, ସବିରା, ବେଲସବିରା, ସୁନାରୀ, ଅସ୍ତବାଙ୍କ, ପଦନପଡା, ରହଣିଆ, ଧାନବରଖୁଂଟା, ଧଉଳି ଅଂଚଳର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୋରକୁ ସଂଯୋଗ କରୁଥିବା ୧୬ ନଂବର ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି ୨ଟି ପଂଚାୟତର ୪୬ଟି ଗାଁ ।