ସିଲେଇ ମେସିନ ଚଲାଉଛନ୍ତି ଦ ଗ୍ରେଟ୍ ଖଲି । ଭିଡ଼ିଓ ହେଲା ଭାଇରାଲ, ୟୁଜର୍ସ ଦେଲେ ଅର୍ଡର । 

132

କନକ ବ୍ୟୁରୋ : ଡବ୍ଲୁଡବ୍ଲୁଡବ୍ଲୁ ସୁପରଷ୍ଟାର ତଥା ବଲିଉଡ ଫିଲ୍ମରେ କାମ କରିଥିବା ଦ ଗ୍ରେଟ୍ ଖଲିଙ୍କୁ କିଏ ବା ନ ଜାଣିଛି । ହାତରେ ଚାପୁଡା ମାରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାଜିତ କରୁଥିବା ଖଲି ଏବେ ରେସଲିଂ ଦୁନିଆରୁ ବିରତି ନେଇଛନ୍ତି । ରେସଲିଂ ଟ୍ରେନିଂ ସେଣ୍ଟର ଖୋଲି ଏବେ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଖଲି । ଆଉ ଏହାସହ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ଅଛନ୍ତି ଖଲି । ସୋସିଆଲ ମିଡ଼ିଆରେ ଲଗାତାର ନିଜର ଫଟୋ ଓ ଭିଡ଼ିଓ ସେୟାର କରୁଛନ୍ତି ଖଲି । ଆଉ ଖଲି ସେୟାର କରୁଥିବା ବିଭିନ୍ନ ପୋଷ୍ଟକୁ ଲୋକେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଆଉ ଏସବୁ ଭିତରେ ଖଲିଙ୍କର ଆଉ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯେଉଁଥିରେ ଖଲି ସିଲେଇ ମେସିନ ଚଲାଉଥିବାର ଦେଖିବାକୁ ମିଳିଛି ଆଉ ଏହି ଭିଡ଼ିଓକୁ ଖଲିଙ୍କ ପ୍ରଂଶସକ ଜୋରଦାର ସେୟାର ମଧ୍ୟ କରୁଛନ୍ତି ।

ଖଲି ସେୟାର କରିଥିବା ଏହି ଭିଡ଼ିଓକୁ ଏବେ ସୁଦ୍ଧା ଇନଷ୍ଟାଗ୍ରାମରେ ୧୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏପରିକି କିଛି ୟୁଜର୍ସ ଏହି ଭିଡ଼ିଓ ଉପରେ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର୍ସ କହିଛନ୍ତି, ସାର୍ ମୋର କୁର୍ତ୍ତା ଓ ପାଇଜାମା ଅର୍ଡର ରଖନ୍ତୁ ।  ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ମେସିନ ଭାଙ୍ଗିଯିବ ।

 

View this post on Instagram

 

A post shared by The Great Khali (@thegreatkhali)

ଦ ଗ୍ରେଟ୍ ଖଲିଙ୍କର ପ୍ରକୃତ ନାଁ ହେଉଛି ଦିଲ୍ଲୀପ ସିଂ ରାଣା । ରେସଲିଂ ଦୁନିଆରୁ ବେଶ ଲୋକପ୍ରିୟ ହୋଇଥିବା ଦ ଗ୍ରେଟ୍ ଖେଲି ବଲିଉଡ ଫିଲ୍ମ ଓ ବିଗ ବସରେ ମଧ୍ୟ ନଜର ଆସିଛନ୍ତି । ତେବେ ରେସଲିଂ ଦୁନିଆକୁ ବାଏ ବାଏ କରି ଆମେରିକାରୁ ଭାରତ ଫେରିଥିଲେ ଖଲି । ଆଉ ଦେଶକୁ ଫେରିବା ପଛରେ କେବଳ ଗୋଟିଏ ଲକ୍ଷ୍ୟ ଥିଲା ଭାରତରୁ ତାଙ୍କ ଭଳି ରେସଲର ସୃଷ୍ଟି କରିବା । ଏକ ସାକ୍ଷାତକାରରେ ଖଲି କହିଥିଲେ, ଲୋକେ ଦିଲ୍ଲୀରେ ଘର କରିଦେଲେ ଗାଁକୁ ଫେରିବାକୁ ଇଚ୍ଛା କରୁନାହାନ୍ତି କିନ୍ତୁ ମୋର ଆମେରିକାରେ ଘର, ବ୍ୟବସାୟ ଥିଲେ ମଧ୍ୟ ଏହାକୁ ପଛ କରି ଭାରତ ଫେରିଛି । ଆଉ ତାହା ବି କେବଳ ନୂଆ ନୂଆ ଯୁବ ରେସଲରଙ୍କୁ ଖଲିଙ୍କ ଭଳି ଗଢି ତୋଳିବାକୁ ।