କନକ ବ୍ୟୁରୋ: ଦ ଗ୍ରେଟ୍ ଖଲି ବାପା ହେବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ଘରକୁ ଆସିଛି ପୁତ୍ର ସନ୍ତାନ । ସୋସିଆଲ ମିଡିଆରେ ଖଲି ପୋଷ୍ଟ କରିଥିବା ଏକ ଭିଡିଓରେ ସେ ପୁଅକୁ ଧରିଥିବା ଦେଖିବାକୁ ମିଳିଛି । ଏହି ଖୁସିଖବର ସେୟାର କରିବା ସହ ଖଲି ଲେଖିଛନ୍ତି , ‘ଆଜି ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ ମୋତେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଛି’ ।
ଖଲି ୨୦୨୨ରେ ବିବାହ କରିଥିଲେ । ଉଚ୍ଚତାରେ ପତି ପତ୍ନୀଙ୍କ ମଧ୍ୟରେ ବେଶ୍ ପାର୍ଥକ୍ୟ ଥିଲେ ବି ଦୁହେଁ ଖୁସି ଦାମ୍ପତ୍ତ୍ୟ ଜୀବନ ବିତାଇଆସୁଛନ୍ତି । ବିବାହର ୧୨ ବର୍ଷ ପରେ ପ୍ରଥମେ ତାଙ୍କୁ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା । ଏବେ ପୁତ୍ର ସନ୍ତାନର ଜନକ ହେବାର ସୌଭାଗ୍ୟ ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/khali.jpg)