କନକ ବ୍ୟୁରୋ: ଆମେ ବି କାହାଠାରୁ କମ୍ ନୁହେଁ । ସେମାନେ ଦିବ୍ୟାଙ୍ଗ, ହେଲେ କାହା ଉପରେ ବୋଝ ନୁହଁନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ କରିପାରୁଛନ୍ତି ରୋଜଗାର । ନିଜ ପରିବାର କି ଘର ଲୋକଙ୍କ ଉପରେ ବୋଝ ନପାଲଟି ନିଜେ ମେଣ୍ଟାଉଛନ୍ତି ନିଜ ଗୁଜରାଣ । ଶବ୍ଦ ଓ ବାକ୍ ଶକ୍ତି ହରାଇଥିବା ପିଲାଙ୍କ ପାଇଁ ଏବେ ସାହା ହୋଇଛି ଗ୍ରାମତରଙ୍ଗ ।
ଅସହାୟଙ୍କ ସାହାରା ସାଜିଛି ଗ୍ରାମ ତରଙ୍ଗ । ଦିବ୍ୟାଙ୍ଗଙ୍କୁ ଯୋଗାଉଛି କର୍ମସଂସ୍ଥାନ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଥିବା ସେଞ୍ଚୁରିଆନ ୟୁନିଭର୍ସିଟିର ଗ୍ରାମ ତରଙ୍ଗ ୟୁନିଟ ପକ୍ଷରୁ କରାଯାଇଛି ଏହି ଅଭିନବ ପ୍ରୟାସ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶୁଣିପାରୁ ନଥିବା ଓ କହିପାରୁ ନଥିବା ପିଲାମାନଙ୍କୁ ଆଣି ମାଗଣାରେ ବିଭିନ୍ନ ଟ୍ରେନିଂ ଦିଆଯାଇ ଆତ୍ମନିଯୁକ୍ତିର ସୁଯୋଗ ପ୍ରଦାନ କରାଯାଉଛି ।
ବିଭିନ୍ନ ଅଞ୍ଚଳରୁ ପିଲାମାନଙ୍କୁ ଅଣାଯିବା ପରେ ଗ୍ରାମତରଙ୍ଗରେ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ଟେଲରିଂ, ଷ୍ଟିଚିଂ, ମାସ୍କ, ବ୍ୟାଗ, ସାର୍ଟ ଆଦି ତିଆରି ପାଇଁ ଟ୍ରେନିଂ ଦିଆଯାଉଛି । ଉତ୍ତମ ତାଲିମ ପରେ ପାରିଶ୍ରମିକ ସହ ନିଯୁକ୍ତି ଦିଆଯାଉଛି । ପାଖାପାଖି ୧୦ ବର୍ଷ ଧରି ଟ୍ରେନିଂ ଦେଇଆସୁଥିବା ସେଞ୍ଚୁରିଆନ ୟୁନିଭର୍ସିଟିର ଗ୍ରାମତରଙ୍ଗ ହଜାର ହଜାର ପିଲାଙ୍କୁ କର୍ମସଂସ୍ଥାନ ଯୋଗାଇ ଆତ୍ମନିର୍ଭରଶୀଳ କରାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/vlcsnap-2022-02-06-21h29m47s357.png)