ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ କ୍ୟାଭିଏଟ୍ । ଆବେଦନକାରୀ ଆଗୁଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଆଶଙ୍କା କରି ଆବେଦନ କଲେ ଆଡଭୋକେଟ ଅନ ରେକର୍ଡ

90

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରାଯାଇଛି । ଚଳିତ ମାସ ୧୩ ତାରିଖରେ କ୍ୟାଭିଏଟ୍ ଦାଖଲ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଅନ୍ ରେକର୍ଡ ଗୌରଭ ଖାନ୍ନାଙ୍କ ଦ୍ୱାରା ଏହି କ୍ୟାଭିଏଟ୍ ଦାଖଲ ହୋଇଛି । ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ ବିବାଦ ନେଇ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ କୌଣସି ରହିତାଦେଶ ଜାରି କରିନଥିଲେ । ଫଳରେ ନିର୍ମାଣ କାମ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
ଏଭଳି ସ୍ଥିତିରେ କାଳେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏହି ଆଶଙ୍କା କରି ଆଗୁଆ କ୍ୟାଭିଏଟ୍ ଫାଇଲ କରାଯାଇଛି । ଗତ ୧୨ ତାରିଖରେ ଓଡ଼ିଶା ପୂର୍ତ ବିଭାଗ ପ୍ରମୁଖ ସଚିବଙ୍କ ପକ୍ଷରୁ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖାଯାଇଥିଲା । କୌଣସି ବ୍ୟକ୍ତି, ଗୋଷ୍ଠୀ, ସଂସ୍ଥା କିମ୍ବା ଅନୁଷ୍ଠାନ ଆଗକୁ ଆବେଦନ କରିବା ଆଶଙ୍କା କରି ଆଡଭୋକେଟ୍ ଅନ୍ ରେକର୍ଡ ଗୌରଭ ଖାନ୍ନାଙ୍କୁ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଥିଲା । ଏହା ପରେ ଗୌରଭ ଖାନ୍ନା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାଭିଏଟ୍ ଦାଖଲ କରିଛନ୍ତି । କ୍ୟାଭିଏଟ୍ ଦାଖଲ କରିବା ଅର୍ଥ
– ରାଜ୍ୟ ସରକାରଙ୍କ ପକ୍ଷ ନଶୁଣି କୌଣସି ନିର୍ଦ୍ଦେଶ ଦେବେନାହିଁ ସୁପ୍ରିମକୋର୍ଟ
– କ୍ୟାଭିଏଟ୍ ଦାଖଲ କରିବାର ଅର୍ଥ କାହାକୁ ସାବଧାନ କରାଇବା
– ଆବେଦନକାରୀ ଆଗୁଆ ଆବେଦନ କରିବା ଆଶଙ୍କା ଥିଲେ କ୍ୟାଭିଏଟ୍ ଦାଖଲ କରାଯାଏ
– ନିଜ ଅଧିକାରର ସୁରକ୍ଷା କରିବା ସହ ଏକତରଫା ନିଷ୍ପତିକୁ ରୋକିବା ଏହାର ଉଦ୍ଦେଶ୍ୟ
– କ୍ୟାଭିଏଟ୍ ଫଳରେ ଶୁଣାଣି ସମୟରେ ଉଭୟ ପକ୍ଷକୁ ଶୁଣିବା ପାଇଁ ସମୟ ମିଳିଥାଏ
– ପରିକ୍ରମା ପ୍ରକଳ୍ପ ଉପରେ କୋର୍ଟ ସ୍ଥିତାବସ୍ଥା ଜାରି କରିବା ଆଶଙ୍କା ଥିବାରୁ କ୍ୟାଭିଏଟ୍ କରିଛନ୍ତି ସରକାର