ନିର୍ବାଚନ ପୂର୍ବରୁ ତିର୍ତୋଲ ପାଇଁ ସରକାରଙ୍କ ବଡ ଘୋଷଣା । ପୋଷଶ-ଶଂଖେଶ୍ୱର ରାସ୍ତାରେ ଉଚ୍ଚ ସେତୁ ନିର୍ମାଣକୁ ସରକାର ଦେଲେ ମଞ୍ଜୁରୀ

265

କନକ ବ୍ୟୁରୋ : ତିର୍ତୋଲ ବିଧାନସଭା ଉପନିର୍ବାଚନ ଆଗରୁ ତିର୍ତୋଲ ପାଇଁ ସରକାରଙ୍କ ବଡ ଘୋଷଣା । ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତୋଲ –ପୋଷଶ-ଶଂଖେଶ୍ୱର ରାସ୍ତାର ମହାନଦୀ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ମଂଜୁରୀ ଦେଇଛନ୍ତି । ୧୧୮ କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ତିଆରି ହେବ ସେତୁ । ସେତୁର ଲଂବ ୮୮୮.୮୯ ମିଟର ରହିବ ।

ସରକାରଙ୍କ ଅନୁମୋଦନ ପରେ ସେତୁ ପାଇଁ ଟେଂଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ସେତୁ ପାଇଁ ଦୀର୍ଘ ବର୍ଷରୁ ଅଂଚଳବାସୀ ଦାବି କରି ଆସୁଥିଲେ । ଏହି ସେତୁ ହେବା ଫଳରେ ଅଇନ୍ତ, ଗୋପାଳପୁର, କାନିମୂଳ, ବିଶନପୁର,କୃଷ୍ଟନଦେଇପୁର, ପୋଷାଳ, ବିଜିପୁର, ସରଳପୁର, ତେନ୍ତୁଳିପଡା ଆଦି ଗାଁ ବିଶେଷ ଭାବେ ଉପକୃତ ହେବେ । ଏହି ସେତୁ ତିଆରି ହେବା ପରେ ସିଧାସଳଖ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।