କନକ ବ୍ୟୁରୋ: ଚୀନ-ପାକିସ୍ତାନର ଭୟ ବଢାଇବା ପାଇଁ ମୋଦୀ ସରକାର ନେଇଛନ୍ତି ବଡ ପଦକ୍ଷେପ । କାରଣ ଚଳିତ ବଜେଟରେ ବୃଦ୍ଧି କରାଯାଇଛି ପ୍ରତିରକ୍ଷା ବଜେଟ । ୨୦୨୩-୨୪ ଆର୍ଥିକ ସାଧାରଣ ବଜେଟରେ ପ୍ରତିରକ୍ଷା ବଜେଟକୁ ୫.୨୫ ଲକ୍ଷ କୋଟିରୁ ୫.୯୪ କୋଟିକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ପୁଞ୍ଜିରେ ସେନା ପାଇଁ ନୂତନ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧ ଜାହଜ, ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ କ୍ରୟ କରାଯିବ ।
ଆତ୍ମନିର୍ଭର ଭାରତକୁ ଅଧିକରୁ ଅଧିକ ଫୋକସ କରି ସରକାର ରକ୍ଷା ବଜେଟକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ପ୍ରତିରକ୍ଷା ସାମଗ୍ରୀ ପାଇଁ ବିଦେଶ ଉପରେ ଭରଷା ନକରି ଏବେ ସ୍ୱଦେଶୀ ହତିଆର ନିର୍ମାଣ ଉପରେ ଜୋର ଦେଉଛି ଭାରତ । ଭାରତର ଏହି ନୂଆ ବଜେଟ ପାକିସ୍ତାନ ପ୍ରତିିରକ୍ଷା ବଜେଟଠୁ ୩ ଗୁଣା ଅଧିକ ଅଟେ । କିନ୍ତୁ ଭାରତର ବର୍ତମାନ ବଜେଟ ଚୀନ ତୁଳନାରେ ୩ ଗୁଣା କମ ରହିଛି । ୧୪ଦେଶର ସୀମା ସହ ନିଜ ଦେଶର ସୀମା ଯୋଡୁଥିବା ଚୀନ ସବୁଠୁ ଅଧିକ ବଜେଟ ନିଜର ପ୍ରତିିରକ୍ଷା ପାଇଁ କରିଥାଏ ।