କନକ ବ୍ୟୁରୋ : ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ । ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ, ନ୍ୟୁଜପୋର୍ଟାଲ ପାଇଁ ଗାଇଡଲାଇନ୍ସ ଜାରି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ, ନ୍ୟୁପୋର୍ଟାଲକୁ ନିଜେ ନିୟନ୍ତ୍ରଣ ରଖିବା ଛଡାଯାଇଥିଲା । ହେଲେ ସେଲଫ ରେଗୁଲେସନ ଦେଖିବାକୁ ମିଳିନଥିବାକୁ କେନ୍ଦ୍ର ସରକାର ଆଇନ ଆଣିବାକୁ ବାଧ୍ୟ ହୋଇଛନ୍ତି ।

Advertisment

ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ ଓ ନ୍ୟୁଜପୋର୍ଟାଲକୁ ନେଇ ବହୁ ଅଭିଯୋଗ ଆସିବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ଏହି ଆଇନ ଆସନ୍ତା ୩ ମାସ ଭିତରେ ଲାଗୁ ହେବ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ । ତେବେ ହିଂସା, ଭାଷା ଓ ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯାଇ, ୟୁ, ୟୁ-୭, ୟୁ-୧୩ ବିଭାଗରେ ଆଇନ ଆଣାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ସୋସିଆଲ ମିଡିଆର କୌଣସି ପ୍ରସଙ୍ଗକୁ ନେଇ ଅଭିଯୋଗ ଆସିଲେ ୨୪ ଘଂଟା ଭିତରେ ବିବାଦୀୟ ବିଷୟକୁ ହଟାଇବାକୁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି ରବିଶଙ୍କର ପ୍ରସାଦ ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଓଟିଟି ପ୍ଲାଟଫର୍ମ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ । ଡିଜିଟାଲ ପ୍ଲାଟଫର୍ମର ନିୟମ ପାଳନ କରିବାକୁ ହେବ । ଏନେଇ ଓଟିଟି ପ୍ଲାଟଫର୍ମର ଲୋକଙ୍କ ସହ ଆଲୋଚନା କରାଯାଇଛି । ସେଲଫ ରେଗୁଲେସନ ବା ନିଜେ ନିଜକୁ ନିୟନ୍ତ୍ରଣ କରିବା ସପକ୍ଷରେ ସମସ୍ତେ ରହିଛନ୍ତି । ଦର୍ଶକଙ୍କ ବୟସ ଅନୁସାରେ ବର୍ଗୀକରଣ କରାଯିବ ବୋଲି ପ୍ରକାଶ ଜାଭଡେକର କହିଛନ୍ତି ।