କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର : ଦ୍ୱୈତନଗରୀରେ ଥିବା କୋଭିଡ ହସ୍ପିଟାଲ ଗୁଡିକରେ ଆଜି ଅଗ୍ନି ନିର୍ବାପକ ଉପକରଣର ହେବ ଯାଂଚ 

ଜରୁରୀ ପରିସ୍ଥିତିରେ ଏହାର ବ୍ୟବହାର ପାଇଁ ହସ୍ପିଟାଲ କର୍ମଚାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ 

78

କନକ ବ୍ୟୁରୋ : କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସରକାରଙ୍କ ଫୋକସରେ ଦୈତନଗରୀରର କୋଭିଡ ହସ୍ପିଟାଲ । କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଆରମ୍ଭ ହେଲା ସତର୍କତା । ଭୁବନେଶ୍ୱର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ ଦିନ ୧୧ଟା ୩୦ରେ କିମ୍ସ କୋଭିଡ ହସ୍ପିଟାଲ ଏବଂ ଦିନ ଗୋଟାଏ ୧୫ ମିନିଟରେ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ ।

ବିଶେଷ କରି ଏସବୁ କୋଭିଡ ହସ୍ପିଟାଲରେ ଥିବା ଅଗ୍ନିନିର୍ବାପକ ଉପକରଣ ଗୁଡିକର ଯାଂଚ କରାଯିବ । ସେହିପରି ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଏହି ଉପକରଣର ସଠିକ ଉପଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ । ଗତାକଲି ସଦଗୁରୁ କୋଭିଡ୍ ହସ୍ପିଟାଲର ତୃତୀୟ ମହମଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା ।

ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ପ୍ରଶାସନ ସୂଚନା ଦେଇଥିଲା ।ଗୁରୁତର ରୋଗୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ, ଲକ୍ଷଣ ନଥିବା ରୋଗୀମାନଙ୍କୁ କୋଭିଡ୍ କେୟାର ସେଂଟରକୁ ସ୍ଥାନାନ୍ତର କରାଯାଇଥିଲା ।