କଟକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲେ ଅଗ୍ନିଶମ କର୍ମଚାରୀ : ରୋଗୀଙ୍କୁ କରାଯାଉଛି ଅନ୍ୟତ୍ର ସ୍ଥାନାନ୍ତର , ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

177

କନକ ବ୍ୟୁରୋ : କଟକ ଜଗତପୁର ସଦଗୁରୁ ହସ୍ପିଟାଲରେ ନିଆଁ ଲାଗିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ନିଆଁ କେମିତି ଲାଗିଲା ଓ କାହିଁକି ଲାଗିଲା ତାହାର ତଦନ୍ତ ହେବ । ତେବେ ଅଗ୍ନିକାଣ୍ଡ ଯୋଗୁଁ ଜୀବନ ହାନି ହୋଇନଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜଗତପୁର ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ପରେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଗୁରୁତର ରୋଗୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ଲକ୍ଷଣ ନଥିବା ରୋଗୀମାନଙ୍କୁ କୋଭିଡ୍ କେୟାର ସେଂଟରକୁ ସ୍ଥାନାନ୍ତର କରାଯାଉଛି ।

ଏହି ହସ୍ପିଟାଲରେ ପ୍ରାୟ ୧୨୫ରୁ ଅଧିକ କରୋନା ରୋଗୀ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି । ଘଟଣାସ୍ଥଳରେ ଜିଲ୍ଲାପାଳ, ସିଏମସି କମିଶନର ଉପସ୍ଥିତ ରହିଛନ୍ତି । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଛନ୍ତି । ଏବଂ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ସେଠାରେ ଥିବା ରୋଗୀ ଓ କର୍ମଚାରୀ । ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ହସ୍ପିଟାଲର ଥାର୍ଡ ଫ୍ଲୋରର ତୃତୀୟ ମହମଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା ।