କନକ ବ୍ୟୁରୋ: ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଫିସ କାର୍ଯ୍ୟାଳୟ । ମହାକାଳପଡାରେ ଥିବା ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ତଟବନ୍ଧ ଉପଖଣ୍ଡ କାର୍ଯ୍ୟାଳୟ । ସମ୍ପୁର୍ଣ୍ଣ ଅସୁରକ୍ଷିତ ଭାବେ ଚାଲିଛି ଅଫିସ । ଛାତରୁ କଂକ୍ରିଟ ଖସୁଥିବା ବେଳେ କାଂଥ ଫାଟି ଆଁ କରିଛି । ଅଧିକାଂଶ ସମୟରେ ସ୍ଲାବ ଖସିଥିବାବେଳେ ଅଳ୍ପକେ ବର୍ତିଛନ୍ତି ଲୋକେ । ବହୁ ପୁରୁଣା ଏହି ଅଫିସର ଏପର୍ଯ୍ୟନ୍ତ କୌଣସି ମରାମତି କରାଯାଉନାହିଁ । ଲୁହା ଝରକା ଗ୍ରୀଲ ଆଦି କଳଙ୍କି ଲାଗି ନଷ୍ଟ ହୋଇଗଲାଣି । ୨୮ ବର୍ଷ ହୋଇଯାଇଥିଲେ ବି ମରାମତି ତ ଦୂର କଥା କାଂଥରେ ଚୂନ ଟିକେ ବି ଲଗାଯାଇନି । ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି ଅଫିସ କାର୍ଯ୍ୟାଳୟ । କହବିକାୁ ଗଲେ ବିପଦସଙ୍କୁଳ ଅବସ୍ଥାରେ ଏଠାରେ କାମ କରୁଛନ୍ତି କର୍ମଚାରୀ ମାନେ । ଛାତରୁ ପାଣି ଗଳୁଥିବା ବେଳେ ଏବେ ଅଛନ୍ତି ମାତ୍ର ୬ ଜଣ କର୍ମଚାରୀ । ସେହିପରି ଏହି କାର୍ଯ୍ୟାଳୟ ଅଧୀନରେ ଥିବା ୪ଟି ସେକ୍ସନ୍ ଅଫିସରେ ମଧ୍ୟ ଆବଶ୍ୟକ ପରିମାଣରେ କର୍ମଚାରି ନଥିବାରୁ ଠିକଣା ଢଙ୍ଗରେ କୈାଣସି କାର୍ଯ୍ୟ ହୋଇପାରୁନଥିବାର ଅଭିଯୋଗ କରିଛନ୍ତି ସ୍ଥାନିୟ ବାସିନ୍ଦା । ଷ୍ଟାଫ୍ କ୍ୱାର୍ଟର ନଥିବାରୁ ଅଧୀକାରି ମାନେ ଏଣେ ତେଣେ ଘର ଭଡା ନେଇ ରହୁଥିବାର ମଧ୍ୟ ଅଭିଯୋଗ ହୋଇଛି ।
ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଫିସ: କାନ୍ଥ ଫାଟିବା ସହ ଛାତରୁ ଖସୁଛି ସିମେଂଟ ଖଣ୍ଡ
/kanak/media/post_attachments/wp-content/uploads/2022/11/17-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)