ମୋଦି ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ! ସମସ୍ତ ହୁରିୟତ ନେତାଙ୍କ ଠାରୁ ହଟାଇ ଦିଆଗଲା ସୁରକ୍ଷା ବ୍ୟବସ୍ଥା

ମୋଦି ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ! ସମସ୍ତ ହୁରିୟତ ନେତାଙ୍କ ଠାରୁ ହଟାଇ ଦିଆଗଲା ସୁରକ୍ଷା ବ୍ୟବସ୍ଥା

ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ୧୮ ଜଣ ହୁରିୟତ ନେତାଙ୍କ ସୁରକ୍ଷା ହଟାଇଛନ୍ତି। ଏହାଛଡା ଜମ୍ମୁ-କାଶ୍ମୀରର ୧୫୫ ଜଣ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ସୁରକ୍ଷା ହଟାଯିବା ଅଥବା କମ କରି ଦିଆଯିବା ପରେ ଏଡଭାଇଜାରି ଜାରି କରି ଦିଆଯାଇଛି।


ମୋଦି ସରକାର ଏହି କାର୍ଯ୍ୟାନୁଷ୍ଠାନ ନେବା ସହ ୨୨ ଜଣ ହୁରିୟତ ନେତାଙ୍କ ଠାରୁ ସୁରକ୍ଷାକୁ ହଟାଇ ନେଇଛି । ଯେଉଁ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି, ସେଥିରେ ଏସଏଏସ ଗିଲାନୀ, ଆଗା ସୈୟଦ ମୌସଓ୍ଵି, ମୌଲବୀ ଅବ୍ବାସ ଅନସାରୀ, ୟାସିନ ମଲିକ, ସଲିମ ଗିଲାନୀ, ସହିଦ ଉଲ ଇସଲାମ, ଜଫର ଅକବର ଭଟ୍ଟ, ନଇମ ଅହମ୍ମଦ ଖାନ, ମୁଖତାର ଅହମ୍ମଦ ଓ୍ଵାଜା, ଫାରୁକ ଅହମ୍ମଦ କିଚଲୁ, ମସରୁର ଅବ୍ବାସ ଅନସାରୀ, ଆଗା ସୈୟଦ ଅବୁଲ ହୁସୈନ, ଅବଦୁଲ ଶାହା ଓ ମହମ୍ମଦ ମୁସଦ୍ଦିକ ଭଟ୍ଟ ସାମିଲ।

publive-imageପୂର୍ବରୁ ଏହି ମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଧାରରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା ।ଗୃହ ମନ୍ତ୍ରାଳୟ ଅନୁଯାୟୀ, ଏହି ହୁରିୟତ ନେତା ଓ ରାଜନୈତିକ ବ୍ୟକ୍ତିଙ୍କ ସୁରକ୍ଷାରେ ୧୦୦୦ରୁ ଅଧିକ ସୁରକ୍ଷାକର୍ମୀ ଓ ୧୦୦ରୁ ଅଧିକ ଗାଡି ଯୋଗାଇ ଦିଆଯାଇଥିଲା । ଯାହାକୁ ଏବେ ସରକାର ପ୍ରତ୍ୟାହୃତ କରି ନେଇଛନ୍ତି । ପୂର୍ବରୁ ମଧ୍ୟ ୪ ହୁରିୟତ ନେତାଙ୍କ ସୁରକ୍ଷା ପ୍ରତ୍ୟାହୃତ କରିଥିଲେ ସରକାର । ଏପରିକି ଏମାନଙ୍କ ପାଇଁ ସରକାର ଆନୁମାନିକ ଏବେ ପର୍ଯ୍ୟନ୍ତ ୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe