କନକ ବ୍ୟୁରୋ : କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ମୋ ଉପକାରି ବଗିଚା ଯୋଜନା । ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବ୍ୟାପକ ପନିପରିବା ଚାଷ ସଂପୁର୍ଣ୍ଣ ଉଜୁଡି ଯାଇଥିଲା । ପଂଳରେ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୋ ଉପକାରି ବଗିଚା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଯାଜପୁର ଜିଲ୍ଲାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ସାର, ବିହନ ଠାରୁ ଆରମ୍ଭ କରି ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ପନିପରିବା ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛି ଯାଜପୁର ଜିଲା ପ୍ରଶାସନ ।

Advertisment

ଚାଷୀଙ୍କ ପାଇଁ ସରକାରଙ୍କ ‘ମୋ ଉପକାରି ବଗିଚା’ ଯୋଜନା । ଯାଜପୁର ଜିଲ୍ଲାର ଚାଷୀ କୂଳ ଏହି ଯୋଜନାରେ ଚାଷ କରି ଲାଭବାନ ହେଉଛନ୍ତି । ‘ମୋ ଉପକାରି ବଗିଚା’ ଯୋଜନା ପନିପରିବା ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ବିହନ, ସାର ଓ କିଟନାଶକ ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମନରେଗା ଏବଂ ଓଏଲ୍ଏମ୍ ଯୋଜନାରେ ଚାଷୀଙ୍କ ପିଛା ୧୩ ହଜାର ୭୩୨ ଟଙ୍କା ଖର୍ଚ୍ଚ କରାଯାଉଛି ।

ଜିଲ୍ଲାର ୧୦ଟି ବ୍ଲକରେ ‘ମୋ ଉପକାରି ବଗିଚା’ ଯୋଜନା ଦୃତ ଗତିରେ କାର୍ଯ୍ୟକାରୀ ହୋଇଛି । ଜିଲ୍ଲାରେ ମୋଟ ୧୫ ହଜାର ହିତାଧିକାରୀଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ଯାଜପୁର ବ୍ଲକରେ ସର୍ବାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଚାଷୀଙ୍କୁ ଉନ୍ନତମାନର ସାର ବିହନ, କୀଟନାଶକ ଦେବା ସହ ପ୍ରଶାସନିକ ଅଧିକାରୀମାନେ ତାଲିମ ପ୍ରଦାନ କରୁଛନ୍ତି । ବୈଜ୍ଞାନିକ ଓ ଅଣପାରମ୍ପରିକ ପଦ୍ଧତିରେ ପନିପରିବା ଚାଷ କରାଯାଉଛି । ସରକାରୀ ପ୍ରୋତ୍ସାହନ ପାଇ ଚାଷୀ ଚାଷ କରି ପରିବା ଉତ୍ପାଦନ କରୁଛନ୍ତି । ନିଜେ ଖାଇବା ସହ ବଳକା ପନିପରିବାକୁ ବିକ୍ରି କରି ଦି-ପଇସା ରୋଜଗାର କରୁଛନ୍ତି ।

ବନ୍ୟା ପରବର୍ତି ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏଭଳି ଏକ ଯୋଜନା ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।