କନକ ବ୍ୟୁରୋ : ନୂଆ ଭାରିଆଂଟ୍ ଓମିକ୍ରନ୍କୁ ନେଇ ସବୁଆଡେ ଭୟର ବାତାବରଣ । ଆଉ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ । ଦକ୍ଷିଣ ଆଫ୍ରିକାର ନୂଆ ଭାରିଆଂଟ୍ ଭୟ ଭିତରେ ଭାରତ ସରକରା ଖୁବଶୀଘ୍ର ଆଣି ପାରନ୍ତି ବୁଷ୍ଟର ଡୋଜ୍ ପଲିସି । ୨, ୩ ସପ୍ତାହ ମଧ୍ୟରେ କୋଭିଡ୍ ନିରୋଧି ଟିକାର ତୃତୀୟ ଡୋଜ୍ ନେବା ପାଇଁ ହୋଇପାରେ ଘୋଷଣା ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବୁଷ୍ଟର ଡୋଜ୍ ନେଇ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ଚଳାଇଛନ୍ତି ବିଚାର ବିମର୍ସ । ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ଏବଂ କରୋନା ଭୂତାଣୁ ସହ ମୁକାବିଲା ପାଇଁ କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ତୃତୀୟ ଡୋଜ୍ର ଆବଶ୍ୟକତା ରହିଛି କି ନାହିଁ ସେ ନେଇ ବିଶେଷଜ୍ଞ କିମିଟି ଅନୁସନ୍ଧାନ ଚଳାଇଛନ୍ତି । ଆଉ ଖୁବଶୀଘ୍ର ଏହାକୁ ନେଇ ନିଷ୍ପତି ନିଆଯାଇପାରେ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/INDONESIA_VACCINE_84403794-scaled-e1621950845287.jpg)