ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ । କହିଲେ, ନିୟମ ମାନ ନହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

179

କନକ ବ୍ୟୁରୋ: ନୂଆ ଆଇଟି ନିୟମକୁ ନେଇ ସରକାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି ସରକାର । ସରକାର ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଛନ୍ତି । ଏହାସହ ସରକାର ସ୍ପଷ୍ଟ କରିଛନ୍ତି ଯେ ଏପରି ନକଲେ ଟ୍ୱିଟରକୁ ପରିଣାମ ଭୋଗିବାକୁ ପଡିବ ।

କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ କିଛିଦିନ ହେବ ବିବାଦ ଜାରି ରହିଛି । ଆଜି କମ୍ପାନୀ ଭାରତର ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ କାଟି ଦେଇଥିଲା । ପରେ ପୁଣି ବ୍ଲୁ ଟିକ ଫେରାଇ ଦେଇଥିଲା । ଏହାସହ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ ହଟାଇ ଦିଆଯାଇଛି ।

ନିୟମ ମାନିବାକୁ ସରକାର ଟ୍ୱିଟରକୁ ଅନ୍ତିମ ନୋଟିସ ଜାରି କରିଛନ୍ତି । ଯଦି ଟ୍ୱିଟର ନିୟମ ନମାନେ ତେବେ ଆକ୍ଟ ୨୦୦୦ର ଧାରା ୭୯ ମାଧ୍ୟମରେ ଯେଉଁ ରିହାତି ମିଳିଛି ତାକୁ ବନ୍ଦ କରିଦିଆଯିବ । ଏହାପୂର୍ବରୁ ବି ସରକାର ଟ୍ୱିଟରକୁ ଭାରତୀୟ ଅଧିକାରୀ ନିଯୁକ୍ତି ଆଉ ତଥ୍ୟ ଦେବାକୁ କୁହାଯାଇଥିଲା ।