କନକ ବ୍ୟୁରୋ: ଦୁଇ ଦିନ ତଳେ ସରକାରୀ କ୍ୱାର୍ଟରରେ ବ୍ରାଉନ୍ ସୁଗାରର ଖବର ଆମେ ଆପଣଙ୍କୁ ଦେଖାଇଥିଲୁ । ସରକାରୀ ବାବୁଙ୍କ କ୍ୱାର୍ଟରରେ କଣ ଚାଲୁଛି, ତାର ରିୟାଲିଟି ଚେକ୍ କରିବା ପାଇଁ ରାଜମହଲ ସ୍ଥିତ କିଛି କ୍ୱାର୍ଟର୍ସରେ ପହଁଚିଥିଲା ଆମ ଟିମ୍ । ଆଉ ଦେଖିବାକୁ ପାଇଥିଲା, ସରକାରୀ କ୍ୱାର୍ଟର୍ସରେ ଚାଲିଛି ବେପାର ।
- କାହାପାଇଁ ସରକାରୀ କ୍ୱାର୍ଟର?
- ବାବୁ ଗାଏବ, ଭଡ଼ାଟିଆଙ୍କ ରାଜ୍
କେଉଁଠି ବେତ ତିଆରି ଚାଲିଛି, କେଉଁଠି ବାଉଁଶ ତିଆରି କାମ ଚାଲିଛି ତ ପୁଣି କେଉଁଠି ଫ୍ରିଜ ଭିତରେ ତଟକା ପନିପରିବା ରଖା ଯାଇଛି । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଏହା ହେଉଛି ସରକାରୀ କ୍ୱାର୍ଟର । ଭୁବନେଶ୍ୱର ରାଜମହଲ ଛକ ଉପରେ ସରକାରୀ ବାବୁଙ୍କ ପାଇଁ ଯୋଗାଇ ଦିଆଯାଇଥିବା ଏହି କ୍ୱାର୍ଟରରେ ବ୍ୟବସାୟ ଚାଲିଛି ଓ ସରକାରୀ ବାବୁମାନେ ଘରକୁ ଭଡାଟିଆଙ୍କ ହାତରେ ଏହାକୁ ଟେକି ଦେଇଛନ୍ତି । ଯାହାର ମଜା ନେଉଛନ୍ତି ଭଡାଟିଆ ଓ ଆର୍ଲଟ ହୋଇଥିବା ସରକାରୀ ବାବୁ ମାସକୁ ଏହି କ୍ୱାର୍ଟର ବାବଦକୁ ୧୪ ହଜାର ଟଙ୍କା ଲେଖାଏଁ ପାଉଥିବା ଅଭିଯୋଗ ହୋଇଛି ।
ରାଜମହଲ ଛକରେ ଥିବା କେବଳ ଏହି ସରକାରୀ କ୍ଵାର୍ଟର ନୁହେଁ ବରଂ ରାଜଧାନୀରେ ମାଳ ମାଳ କ୍ଵାର୍ଟର ଏବେ ଭଡାଟିଆଙ୍କ ହାତରେ ଟେକି ଦେଇଛନ୍ତି ସରକାରୀ ବାବୁ ଓ ଗତକାଲି ୟୁନିଟ ୮ ସ୍ଥିତ ଏକ ସରକାରୀ କ୍ଵାର୍ଟରରୁ କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ମିଳିବା ପରେ, ଏନେଇ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ସରକାରୀ କ୍ୱାର୍ଟରକୁ ଢାଲ କରି ଅପରାଧିମାନେ ଅସାମାଜିକ କାର୍ୟ୍ୟକଳାପରେ ଲିପ୍ତ ରହୁଥିଲେ ବି ସରକାରଙ୍କ ଏଥିପ୍ରତି ଦୃଷ୍ଟି ପଡୁନାହିଁ । ଯାହା ସାଧରଣରେ ଚର୍ଚ୍ଚାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/7pm-8.jpg)