ପରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର । ୪ ମାସ ପରେ ବି ଜଣାପଡିଲାନି କିଏ କରିଛି ହତ୍ୟା?

106

କନକ ବ୍ୟୁରୋ : ୫ ବର୍ଷର ଏହି କୁନି ଝିଅ ସହ କଣ ହୋଇଥିଲା, ସେ କେମିତି ପ୍ରାଣ ହରାଇଲା, କିଏ ତାକୁ ମାରିଲା, ବସ୍ତା ଭିତରେ ପୁରାଇ କାହିଁକି ଫିଙ୍ଗିଦେଲା, ଏସବୁ ପ୍ରଶ୍ନର ଉତର ପୁଲିସକୁ ଦେବାକୁ ହେବ ।  ଜୁଲାଇ ୧୪ ତାରିଖରୁ ନିଖୋଜ ହେବା ପରେ ୧୦ ଦିନ ପରେ ଘର ଲୋକେ ପରୀକୁ ଦେଖିଲେ, କିନ୍ତୁ ସେ ଆଉ ଜୀବିତ ନଥିଲା ।

ଝିଅକୁ ନ୍ୟାୟ ନମିଳିବାରୁ ହାତଶ ବାପା ନିଜ ଉପରେ ଡିଜେଲ ଢାଳି ଆତ୍ମାହୂତି ଦେବାକୁ ଉଦ୍ୟମ କଲେ । ଅବଶ୍ୟ ପୁଲିସ କର୍ମଚାରୀ ତାଙ୍କୁ ବଂଚେଇ ଦେଲେ କିନ୍ତୁ ସେହି ପୁଲିସ ତାଙ୍କୁ ନ୍ୟାୟ ଦେଇ ପାରିବ କି ନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ ।

ଏହି ରହସ୍ୟମୟ ମୃତ୍ୟୁ ଘଟଣାର ଏବେ ଉତର ଚାହୁଁଛି ଓଡିଶା । ଆଉ ରାଜ୍ୟ ସରକାର ଏହି ମାମଲାରେ କ୍ରାଇମ୍ବ୍ରାଂଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ସେପଟେ ପରିବାର ଲୋକେ କ୍ରାଇମ୍ବ୍ରାଂଚ ତଦନ୍ତ ନିର୍ଦେଶକୁ ସ୍ୱାଗତ କରିଛନ୍ତି ।

ସେପଟେ ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତ ବାବୁଲି ନାୟକକୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରି ଆଜି ବିଭିନ୍ନ ସ୍ଥାନରେ କୁଶପୁତଳିକା ଦାହ କରାଯାଇଛି । ବାଣୀ ବିହାର ଛାତ୍ର ସଂଗଠନ, ବିଜେପି ମହିଳା ମୋର୍ଚ୍ଚା ଓ ନୟାଗଡରେ ମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦ କରାଯାଇଛି ।