‌ଘରୋଇ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ଦର ଧାର୍ଯ୍ୟ କଲେ ସରକାର : ସାଧାରଣ ଶଯ୍ୟା ୨୯୫୦-୪୭୫୦, ଆଇସିୟୁ ସହ ଭେଣ୍ଟିଲେଟର୍‌ ୧୨-୧୮ ହଜାର

Advertisment
‌ଘରୋଇ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ଦର ଧାର୍ଯ୍ୟ କଲେ ସରକାର : ସାଧାରଣ ଶଯ୍ୟା ୨୯୫୦-୪୭୫୦, ଆଇସିୟୁ ସହ ଭେଣ୍ଟିଲେଟର୍‌ ୧୨-୧୮ ହଜାର

କନକ ବ୍ୟୁରୋ : ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ନେଇ ରାଜ୍ୟ ସରକାର ଆଜି ଦର ଧାର୍ଯ୍ୟ କରିଛନ୍ତି। ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍‌ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଦର ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେବ। ପୂର୍ବରୁ ରାଜ୍ୟ ସରକାର ସରକାରୀ କୋଭିଡ୍‌ ହସ୍ପିଟାଲ ପାଇଁ ଦରଧାର୍ଯ୍ୟ କରିଥିଲେ। ସାଧାରଣ ଶଯ୍ୟା ପାଇଁ ଏନ୍‌ଏବିଏଚ୍‌ ଅଣ-ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ୧୨ଶହ ଟଙ୍କା ଥିବା ବେଳେ ଏନ୍‌ଏବିଏଚ୍ ପାଇଁ ୩ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର ଉଭୟ ହସ୍ପିଟାଲ ପାଇଁ ଅନ୍ୟାନ୍ୟ ଖର୍ଚ ଦୈନିକ ୧୭୫୦ଟଙ୍କା ସ୍ଥିର ହୋଇଛି।

ଅନ୍ୟାନ୍ୟ ଖର୍ଚ ଭିତରେ ଲଣ୍ଡ୍ରି, ସାନିଟାଇଜର୍‌, ଖାଦ୍ୟ, ଔଷଧ, ପିପିଇ, ନମୁନା ପରୀକ୍ଷା ଭଳି ଦର ସାମିଲ ରହିଛି। ସେହିପରି ଆଇସିୟୁ ଦର ଅଣ-ଏନ୍‌ଏବିଏଚ୍ ପାଇଁ ଶଯ୍ୟା ୨ହଜାର ଓ ଏନ୍‌ଏବିଏଚ୍‌ ପାଇଁ ୫ ହଜାର ଧାର୍ଯ୍ୟ ଥିବା ବେ‌ଳେ ଅଣ ଏନ୍‌ଏବିଏଚ୍‌ ପାଇଁ ଅନ୍ୟାନ୍ୟ ଖର୍ଚ ୮ହଜାର ଓ ଏନ୍‌ଏବିଏଚ୍‌ ପାଇଁ ୧୨ହଜାର ଟଙ୍କା ସ୍ଥିର ହୋଇଛି। ଏହାସହ ଆଇସିୟୁ ସହ ଭେଣ୍ଟିଲେଟର୍‌ ଦର ଅଣ-ଏନ୍‌ଏବିଏଚ୍‌ ଓ ଏନ୍‌ଏବିଏଚ୍‌ ପାଇଁ ୨ରୁ ୫ ହଜାର ଥିଲେ ହେଁ ଅନ୍ୟାନ୍ୟ ଖର୍ଚ ଅଣ-ଏନ୍‌ଏବିଏଚ୍ ପାଇଁ ୧୦ହଜାର ଓ ଏନ୍‌ଏବିଏଚ୍‌ ପାଇଁ ୧୩ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଅପରପକ୍ଷରେ ସଂକ୍ରମଣ ଚିକିତ୍ସା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ପଡ଼େ, ତାହାଲେ ସଂପୃକ୍ତ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇରୁ ଚିକିତ୍ସା କରାଯିବ। ସେହିପରି ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ନମୁନା ଦର ଅନୁଯାୟୀ ରୋଗୀଙ୍କୁଠାରୁ ଅର୍ଥ ସଂଗ୍ରହ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe