ସରକାର ବଦଳିଲା: ବଦଳିବ ପୁରୁଣା ଯୋଜନା!

562

କନକ ବ୍ୟୁରୋ: ରାଜ୍ୟରେ ଯେତେବେଳେ ନୂଆ ସରକାର ହୋଇଛି, ନୂଆ ଆଭିମୁଖ୍ୟ ଓ ନୂଆ ରଣନୀତି ନେଇ ଶାସନ ଚଳାଇବାକୁ ଯୋଜନା ରଖିଛି ବିଜେପି । ଏହି କ୍ରମରେ ପୁରୁଣା ସରକାରର କିଛି ଯୋଜନାର ନା’ ପରିବର୍ତନ କରିବା ଲକ୍ଷ୍ୟ ରଖିଛି ନୂଆ ସରକାର । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।

ଦୀର୍ଘ ୨୫ ବର୍ଷର ବିଜେଡି ସରକାରକୁ ହଟାଇ କ୍ଷମତାକୁ ଆସିଛି ବିଜେପି ସରକାର । ଆଉ ନୂଆ ସରକାର ଆସିବା ପରେ ନୂଆ ଆଭିମୁଖ୍ୟ ଓ ନୂଆ ରଣନୀତି ନେଇ ଶାସନ ଚଳାଇବାକୁ ଯୋଜନା ରଖିଛି ବିଜେପି । ଏହି କ୍ରମରେ ପୁରୁଣା ସରକାରର କିଛି ଯୋଜନାର ନା’ ପରିବର୍ତ୍ତନ କରିବା ଲକ୍ଷ୍ୟ ରଖିଛି ନୂଆ ସରକାର ।

ଦୀର୍ଘ ବର୍ଷ ଧରି ବିଜେଡି କ୍ଷମତାରେ ରହିବା ପଛରେ ଯେଉଁ କିଛି କାରଣ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ, ସେଥିରେ ପ୍ରମୁଖ ହେଉଛି ବିଜେଡିର ଲୋକାଭିମୂଖୀ ଯୋଜନା । ଆଉ ଯୋଜନାକୁ ନିଜକୁ ସୁହାଇଲା ଭଳି ପରିବର୍ତନ ଲକ୍ଷ୍ୟରେ ରହିଛି ମୋହନ ସରକାର । ବିଜେଡି ସରକାରରେ ହୋଇଥିବା ଯୋଜନାର କ’ଣ ହେବ ବୋଲି ଯେତେବେଳେ ଚର୍ଚ୍ଚା ହେଉଛି, ସେତେବେଳେ ନାମ ପରିବର୍ତ୍ତର୍ନ ସହ ଏଥିରେ କିଛି ସମ୍ମିଶ୍ରଣ କରିବା ନେଇ ଯୋଜନା କରିଛି ବିଜେପି ସରକାର ।

କେବଳ ଯେ, ଯୋଜନାର ନାମ ପରିବର୍ତନ ହେଉଛି ତାହା ନୁହେଁ ବରଂ କିଛି ଯୋଜନାର ଭାଗ୍ୟ ଓ ଭବିଷ୍ୟତକୁ ନେଇ ମଧ୍ୟ ଆଶଙ୍କା ରହିଛି । କିଛି ଯୋଜନା କାର୍ଯ୍ୟକାରୀ ହେଉନଥିବା ଦର୍ଶାଇଛନ୍ତି ନୂଆ ସରକାର ।

ଗୋଟିଏ ପଟେ ନାଁ ପରିବର୍ତ୍ତନ, ଅନ୍ୟପଟେ ଆଉ କିଛି ଯୋଜନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ଦୁଇ ଦିନ ତଳେ ପଂଚାୟତରାଜ ମନ୍ତ୍ରୀ ମୋ ଘର ଏବଂ ଆମ ଗାଁ ଆମ ବିକାଶ ଯୋଜନା ବନ୍ଦ ହେବା ନେଇ ସଂକେତ ଦେଇ ସାରିଛନ୍ତି ।

ଏସବୁ ଭିତରେ ବିଏସକେୱାଇ ଯୋଜନାକୁ ନେଇ ସାଧାରଣରେ ସନ୍ଦେହ ଜାରି ରହିଛି । ଏହି ଯୋଜନା ବନ୍ଦ ହେବ ନାହିଁ ବୋଲି ବିଜେପିର ବଡ଼ ବଡ଼ ନେତା ସ୍ପଷ୍ଟ କରି ସାରିଥିଲେ ବି, ଆଗକୁ ଆୟୁଷ୍ମନ ଯୋଜନା ଲାଗୁ ହେବାକୁ ଥିବାରୁ ଏହାର ରୂପଖେ ନେଇକ ଦ୍ୱନ୍ଦ୍ୱ ରହିଛି । ତେବେ ପ୍ରଦୀପ ପୁରୋହିତ କହିଛନ୍ତି- ବିଜେପି ସବୁବେଳେ ଲୋକଙ୍କୁ ସ୍ୱାର୍ଥ ସହ ରହିଛି ।

ପରିବର୍ତ୍ତନ ଏକ ସ୍ୱାଭାବିକ୍ ପ୍ରକ୍ରିୟା । ଶାସନରେ ପରିବର୍ତ୍ତର୍ନ ହୋଇଛି, ବ୍ୟବସ୍ଥାରେ ବି ପରିବର୍ତ୍ତନ ଆସିବ । କିନ୍ତୁ ନୂଆ ସରକାର, ନୂଆ ଆଭିମୁଖ୍ୟ ନେଇ ଲୋକଙ୍କ କାମ କରିବା ବେଳେ ଜନତାଙ୍କ ସ୍ୱାର୍ଥକୁ ସବୁଠୁ ଆଗରେ ରଖିବା ଜରୁରୀ ପଡ଼ିଛି ।