କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଶିକ୍ଷକଙ୍କୁ ଉପହାର ଦେଲେ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସ୍କୁଲର ଶିକ୍ଷକ ଓ କର୍ମଚାରୀ ସପ୍ତମ ବେତନ ଆଧାରରେ ଦରମା ପାଇବେ । ଏହାସହ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଆଧାରରେ ମିଳିବ ବର୍ଦ୍ଧିତ ଅନୁଦାନ । ରାଜ୍ୟ କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେଇଛି ।
ବର୍ଷର ଶେଷ ଦିନରେ ଗ୍ରାଣ୍ଟ ଇନ୍ ଏଡ୍ ବା ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ଏହିସବୁ ସ୍କୁଲର ଶିକ୍ଷକ ଓ କର୍ମଚାରୀ ସପ୍ତମ ବେତନ ଆଧାରରେ ଦରମା ପାଇବେ । ରାଜ୍ୟ କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେଇଛି ।
ଶିକ୍ଷକଙ୍କୁ ନୂଆବର୍ଷ ଭେଟି
- ଷଷ୍ଠ ବେତନ କମିସନ ଆଧାରରେ ସଂପୂର୍ଣ୍ଣ ଗ୍ରାଣ୍ଟ-ଇନ୍-ଏଡ୍ ପାଉଥିବା ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ଲାଗୁହେବ ସପ୍ତମ ବେତନ କମିସନ
- ୟୁପି ଓ ମାଦ୍ରାସା ବେସରକାରୀ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକ ହେବେ ଉପକୃତ
- ୨୬ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଅନୁଦାନ
- ୨୦୨୨ ଜାନୁଆରୀରୁ ହେବ ଲାଗୁ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା
ସେହିପରି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଆଧାରରେ ମିଳିବ ବର୍ଦ୍ଧିତ ଅନୁଦାନ ।
ଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ଓ କର୍ମଚାରୀଙ୍କୁ ଭେଟି
- ୧୫,୬୬୪ ଶିକ୍ଷକ ଓ କର୍ମଚାରୀ ହେବେ ଉପକୃତ
- ୨୦୨୨ ଜାନୁଆରୀରୁ ପାଇବେ ପ୍ରକୃତ ବର୍ଦ୍ଧିତ ଅନୁଦାନ
- ଖର୍ଚ୍ଚ ହେବ ୧୬୬ କୋଟି ଟଙ୍କା
ସେହିପରି ୫ ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବା ସହ ସେହି ବସ୍ତିର ଉନ୍ନତି କରାଯିବ । ଏହାଦ୍ୱାରା ୯୩୮ଟି ବସ୍ତିର ଲୋକେ ଉପକୃତ ହେବେ । ୧ ଲକ୍ଷ ୯୦ ହଜାର ପରିବାର ପାଇବେ ଜମିପଟ୍ଟା । ୮ ଲକ୍ଷ ୫୮ ହଜାର ଲୋକ ହେବେ ଉପକୃତ । ପୂର୍ବରୁ ୧୦୯ଟି ମ୍ୟୁନିସିପାଲଟି ଓ ଏନଏସିର ୧ ଲକ୍ଷ ୭୫ ହଜାର ପରିବାର ଏହି ଜାଗା ମିସନରୁ ଉପକୃତ ହୋଇସାରିଛନ୍ତି । ତେବେ ବର୍ଷର ଶେଷ କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/12/naveen-1.jpg)