କନକ ବ୍ୟୁରୋ: ରାଜ୍ୟରେ କୋଭିଡରେ ବାପା ମାଆଙ୍କୁ ହରାଇଥିବା ପିଲା ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ତଥ୍ୟ ବିଭାଗ ପାଖରେ ଉପଲବ୍ଧ ନାହିଁ । ବିଧାୟକ ଧ୍ରୁବ ଚରଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ଉତ୍ତର ରଖିଛନ୍ତି ।

Advertisment

ସେ କହିଛନ୍ତି ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭ ଥିଲା ।  କୋଭିଡରେ ବାପାମାଆଙ୍କୁ ହରାଇଥିବା ପିଲା ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ତଥ୍ୟ ବିଭାଗର ଉପଲବ୍ଧି ହୋଇନାହିଁ । ସେହିପରି କୋଭିଡରେ ବାପାମାଆଙ୍କୁ ହରାଇଥିବା ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ତାହାର ତଥ୍ୟ ସରକାର ରଖିଛନ୍ତି । ଏଥିରେ କୁହାଯାଇଛି, ୯୮୮ ଜଣ ଉଭୟ ପିତାମାତା ହରାଇଥିବା ଶିଶୁ ଏବଂ ପରିବାରର ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଥିବା ୪୨ହଜାର ୨୭୪ ଶିଶୁଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।