କନକ ବ୍ୟୁରୋ: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ନେଇ କାଲି ବୈଠକ ଡାକିଲେ ସରକାର । କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ବୈଠକ ପାଇଁ ଆମନ୍ତ୍ରଣ । ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ବୈଠକ ପାଇଁ ଡାକରା । ବିଧାନସଭାରେ ଆଜି ମୂର୍ତ୍ତି ପ୍ରସଙ୍ଗ ଉଠିବା ପରେ ଏହାକୁ ତତ୍ପର ପ୍ରକାଶ କରିଛନ୍ତି ସରକାର ।
ଆଜି ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇଥିଲେ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି ସମସ୍ତେ ଏହାକୁ ପ୍ରତିବାଦ କରିଥିଲେ।
ଆଲୋଚନା କାଳରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ୧୦୦୦ ବର୍ଷର ସହର କଟକ। ସରକାରଙ୍କ ଗାଇଡ଼ଲାଇନ ରେ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି। ପରଦା ହଟାଇବା ସହିତ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ଦାବି । କଟକ ସହିତ ସାରା ଓଡିଶା ପାଇଁ କଟକଣା ହଟୁ ବୋଲି ଦାବି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/DURGA-PUJA-IDOL.jpg)