ଜରୁରୀ ଟିକାକରଣ ପାଇଁ ସିରମ ଓ ଭାରତ ବାୟୋଟେକର ଆବେଦନ ଝୁଲି ରହିଲା । ଦୁଇ ଟିକା ନିର୍ମାତାଙ୍କୁ ସରକାର ମାଗିଲେ ଅଧିକ ତଥ୍ୟ

69

କନକ ବ୍ୟୁରୋ : ଭାରତୀୟ ଔଷଧ ନିୟନ୍ତ୍ରକ କର୍ତୃପକ୍ଷଙ୍କ ନିକଟରେ ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମାଗିଥିବା ଅନୁମତିକୁ ନେଇ ଅଧିକ ତଥ୍ୟ ମଗାଯାଇଛି । ଭାକସିନ୍ ସଂପର୍କରେ ଏଯାଏଁ ମିଳିଥିବା ତଥ୍ୟ ଯଥେଷ୍ଟ ନୁହେଁ ବୋଲି ଦୁଇଟି କମ୍ପାନୀକୁ ଅବଗତ କରାଯାଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଭାକ୍ସିନ୍, ‘କୋଭିିସିଲ୍ଡ’ ପାଇଁ ସିରମ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅନୁମତି ମାଗିଥିଲା, ଏବଂ ଭାରତ ବାୟୋଟେକ୍ କୋଭାକସିନ୍ ପାଇଁ ଅନୁମତି ମାଗିଥିଲା । ତେବେ ସେମାନଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଯଥେଷ୍ଟ ନୁହେଁ ବୋଲି କୁହାଯାଇଛି । ଏଥିପାଇଁ ଅଧିକ ତଥ୍ୟ ଦେବାକୁ କୁହାଯାଇଛି । ଉଭୟ କମ୍ପାନୀର ବର୍ତମାନ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି ।