କରୋନା ଭିତରେ ଆସିଲା ଖୁସି ଖବର : ଗଞ୍ଜାମରେ  ସୁସ୍ଥହାର ୯୬. ୨ ପ୍ରତିଶତ;  ମୋଟ ୧୯ ହଜାର ୨ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ  ୧୮ ହଜାର ୪୮୭ ସୁସ୍ଥ

245

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ସୁସ୍ଥ ହାର ୯୬ ଦଶମିକ ୨ ପ୍ରତିଶତରେ ପହଁଚିଛି । ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୨୧୧ ଥିବାବେଳେ ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୧୮ ହଜାର ୪୮୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ମାତ୍ର ୫୦୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଅର୍ଥାତ ସୁସ୍ଥ ହାର ପ୍ରାୟ ୯୬ ଦଶମିକ୍ ୨ପ୍ରତିଶତରେ ପହଁଚିଛି ।

ଅନ୍ୟପଟେ ଶନିବାର ୫ ହଜାର ୭୨୨ ଜଣଙ୍କ କୋଭିଡ୍ ପରୀକ୍ଷା ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ୩ ଲକ୍ଷ ୪୦ ହଜାର ୪୯୫ ଜଣଙ୍କ କୋଭିଡ୍ ନମୁନା ପରୀକ୍ଷା ହୋଇଛି । ସେହିପରି କରୋନା ଜନିତ ମୃତ୍ୟୁ ହାର ମଧ୍ୟ କମିଥିବା ଜଣାପଡିଛି ।