କରୋନାକୁ ନେଇ ଭଲ ଖବର : ଦେଶରେ ୯ଲକ୍ଷ ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମାସେ ହେଲାଣି କରୋନା ମିଟର ତଳମୁହାଁ; ଆଶ୍ୱସ୍ତ କରୁଛି କରୋନା ସୁସ୍ଥଙ୍କ ସଂଖ୍ୟା

Advertisment
୭୭.୭%କୁ ବୃଦ୍ଧି ପାଇଲା ଭାରତର କୋଭିଡ୍-୧୯ ଆରୋଗ୍ୟ ହାର : ଏହି ପାଞ୍ଚଟି ରାଜ୍ୟର ସୁସ୍ଥତା ହାର ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗରେ

କନକ ବ୍ୟୁରୋ : କରୋନାକୁ ନେଇ ଆସିଛି ଭଲ ଖବର । ଦେଶରେ ୯ଲକ୍ଷ ତଳକୁ ଖସିଛି ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରାୟ ଗୋଟିଏ ମାସ ଧରି କରୋନା ମିଟର ତଳମୁହାଁ ରହିବା ସହ ସୁସ୍ଥଙ୍କ ସଂଖ୍ୟା ବଢ଼ିବା କାରଣରୁ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ତଳକୁ ଖସିଛି । ବର୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାରରେ ପହଂଚିଛି । ଗୁରୁବାର ଗୋଟିଏ ଦିନରେ ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ତେବେ ଏହି ଦିନ ସୁସ୍ଥ ହୋଇଥିଲେ, ୭୮ ହଜାର ୩୬୫ ଆକ୍ରାନ୍ତ । ବଡ଼ କଥା ହେଉଛି ଦେଶରେ ଧିରେ ଧିରେ ସୁସ୍ଥଙ୍କ ସଂଖ୍ୟା ବଢୁଥିବା କାରଣରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ତିନି ସପ୍ତାହ ହେଲାଣୀ କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe