ପୂଜା ପାଉନାହାଁନ୍ତି ରତ୍ନଭଣ୍ଡାର ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା ! ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ମଧ୍ୟରେ ବିବାଦ ଯୋଗୁଁ ମା’ ଅପୂଜା ରହିଥିବା ଅଭିଯୋଗ

ପୂଜା ପାଉନାହାଁନ୍ତି ରତ୍ନଭଣ୍ଡାର ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା ! ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ମଧ୍ୟରେ ବିବାଦ ଯୋଗୁଁ ମା’ ଅପୂଜା ରହିଥିବା ଅଭିଯୋଗ

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ବିଘ୍ନ ଅବସ୍ଥାରେ ପୂଜା ପାଉଛନ୍ତି ମହାପ୍ରଭୁଙ୍କ ଘରଣୀ ମା’ ମହାଲକ୍ଷ୍ମୀ। ଏନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦୀର୍ଘ ବର୍ଷ ହେବ ଭିତର ରତ୍ନଭଣ୍ଡାରରେ ଥିବା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୂର୍ତ୍ତିକୁ ପୂଜା କରାଯାଉନଥିବା ଅଭିଯୋଗ ମଧ୍ୟ ଆସିଛି। ଭିତର ଭଣ୍ଡାରରେ ଥିବା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୂର୍ତ୍ତିର ପ୍ରତିଷ୍ଠାକୁ ନେଇ ପୂଜାପଣ୍ଡା ଓ ମୁକ୍ତମଣ୍ଡପ ବ୍ରାହ୍ମଣଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହା ଅପୂଜା ହୋଇ ରହିଥିବା କୁହାଯାଉଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ସେବାୟତ ଦାୟୀ କରିଥିବା ବେଳେ ଆଜି ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି କମିଟିର ସଦସ୍ୟ।

ସେପଟେ ଭିତର ରତ୍ନଭଣ୍ଡାରରେ ମା’ ମହାଲକ୍ଷ୍ମୀଙ୍କ ଏକ ସୁନା ମୂର୍ତ୍ତି ନିର୍ମାଣ ହୋଇ ରହିଥିବା ବେଳେ ତାହା ଦୀର୍ଘବର୍ଷ ହେବ ଅପୂଜା ରହିଛନ୍ତି। ୧୯୭୨ ଓ ୧୯୭୪ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସୁନାରେ ତିଆରି ମହାଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ପ୍ରସ୍ତୁତ ହୋଇ ରହିଥିବା ବେଳେ ବର୍ତମାନ ସୁଦ୍ଧା ସେହି ମୂର୍ତ୍ତି ଏବେ ଅପୂଜା ହୋଇ ରହିଛନ୍ତି। ତେବେ କାହିଁକି ବିଘ୍ନ ମୂର୍ତ୍ତିକୁ ପୂଜା କରାଯାଉଛି ଓ ନୂତନ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯାଉନାହିଁ ସେନେଇ ଉଠିଛି ପ୍ରଶ୍ନ। ତେବେ ନୂତନ ବିଗ୍ରହଙ୍କୁ ଭିତର ରତ୍ନଭଣ୍ଡାରରୁ ଅଣାଯାଇ ପୂଜା ନକରିବା ପଛରେ କଣ ରହିଛି ମନ୍ଦ ଉଦ୍ଦେଶ୍ୟ ତାକୁ ନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe