ବିଶ୍ୱ ମଂଚରେ ଚମକିଲେ ସୁନ୍ଦରଗଡ଼ର ସୁନା ଝିଅ । ଜାତିସଂଘର ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ ହେଲେ ଝିଅ ଅର୍ଚ୍ଚନା ସୋରେଙ୍ଗ

296

କନକ ବ୍ୟୁରୋ : ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ର ସୁନା ଝିଅ ଅର୍ଚ୍ଚନା ସୋରେଙ୍ଗ । ଜାତିସଂଘର ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଅନ୍ୟ ୭ ଜଣଙ୍କ ସହ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅର୍ଚ୍ଚିତା । ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜାତିସଂଘର ମହାସଚିବ । ପାଣିପାଗ ସମ୍ପର୍କରେ କାର୍ଯ୍ୟ କରୁଥିବା ଅର୍ଚ୍ଚନା ରାଉରକେଲାର ବାସିନ୍ଦା ।

ସେ ରାଜନୀତି ବିଜ୍ଞାନରେ ପାଟଣା ମହିଳା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇର ଟିସ୍ରେ ଶିକ୍ଷା ଲାଭ କରିଥିଲେ । ସେ ଆଦିବାସୀ ଯୁବ ଚେତନା ମଂଚର ଆବାହିକା ମଧ୍ୟଥିଲେ । ଅର୍ଚ୍ଚନାଙ୍କ ଏହି ସଫଳତା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ପ୍ରଶଂସା କରିବା ସହ ତାଙ୍କର ଉଜ୍ୱର୍ଳ ଭବିଷ୍ୟତ କାମନା କରିଛନ୍ତି ।