ସାନି ଲୁକ ମୃତ୍ୟୁ: ୨୩ ବର୍ଷୀୟ ସାନିଙ୍କୁ ଗାଜା ସୀମା ନିକଟରେ ଥିବା ସୁପରନୋଭା ମ୍ୟୁଜିକ୍ ଫେଷ୍ଟିଭାଲରୁ ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀମାନେ । ଗତ ଅକ୍ଟୋବର ୭ ରେ ଏହି ଘଟଣା ଘଟିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଇସ୍ରାଏଲ-ହମାସ ଯୁଦ୍ଧ : ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ବନ୍ଧକ ହୋଇଥିବା ଜର୍ମାନ ଝିଅ ତଥା ଟାଟୁ କଳାକାର ସାନି ଲୁକଙ୍କର ମୃତ୍ଯୁ ହୋଇଛି । ସୋମବାର ଗାଜାରେ ଇସ୍ରାଏଲର ସୈନ୍ୟମାନେ ତାଙ୍କ ମୃତଦେହ ପାଇଥିଲେ । ତାଙ୍କ ଭଉଣୀ ଆଦି ଲାକ ସୋସିଆଲ ମିଡିଆରେ କହିଛନ୍ତି, ‘ଦୁଖର ସହ ଘୋଷଣା କରୁଛୁ କି ଆମ ଭଉଣୀର ମୃତ୍ୟୁ ଘଟିଛି ।‘
ଗାଜା ସୀମା ନିକଟ ସୁପରନୋଭା ମ୍ୟୁଜିକ୍ ଫେଷ୍ଟିଭାଲରେ ଯୋଗ ଦେଇଥିବା ବେଳେ ୨୩ ବର୍ଷୀୟ ସାନିଙ୍କୁ ଅପହରଣ କରାଯାଇଥିଲା । ଅକ୍ଟୋବର ୭ ରେ ଏହି ଫେଷ୍ଟିଭାଲକୁ ହମାସ ଆତଙ୍କବାଦୀମାନେ ପଶି ଆସି ଆକ୍ରମଣ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ କ୍ଲିପ୍ରେ ସେ ହମାସ ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ନିଜ ସାଙ୍ଗମାନଙ୍କ ସହ ନାଚୁଥିବା ଏବଂ ଗୀତ ଗାଉଥିବାର ଦେଖାଯାଇଥିଲା । ସାନି ନିଖୋଜ ହେବା ପରେ ତାଙ୍କ ମା ରିକର୍ଡା ତାଙ୍କୁ ଫେରାଇ ଆଣିବାକୁ ଜର୍ମାନ ଏବଂ ଇସ୍ରାଏଲ୍ ସରକାରଙ୍କୁ ନିବେଦନ କରିଥିଲେ । ତାଙ୍କ ଆବେଦନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ସାନିଙ୍କୁ ଉଲଗ୍ନ କରି ବୁଲା ଯାଇଥିଲା
ଅପହରଣ ହେବା ପରେ ସାନିଙ୍କୁ ଏକ ପିକଅପ୍ ଟ୍ରକରେ ଉଲଗ୍ନ କରାଯାଇଥିଲା । ଆତଙ୍କବାଦୀମାନେ ଆକ୍ରମଣର କିଛି ସମୟ ପରେ ଶେୟାର କରିଥିବା ଏକ ଭିଡିଓରେ ସାନି ଏକ ପିକଅପ୍ ଟ୍ରକରେ ଉଲଗ୍ନ ଅବସ୍ତରେ ମୁହଁମାଡି ତଳେ ପଡ଼ିଥିବାର ନଜର ଆସିଥିଲେ । ତାଙ୍କ ଉପରେ ଆତଙ୍କବାଦୀ ମାନେ ଗୋଡ଼ ରଖି ଛେପ ପକାଉଥିବାର ଦେଖାଯାଇଥିଲା । ତାଙ୍କ ପରିବାର ଲୋକେ ତାଙ୍କ କେଶ ଏବଂ ଟାଟୁ ଦ୍ୱାରା ତାଙ୍କୁ ଚିହ୍ନଟ କରିଥିଲେ ।
ଇସ୍ରାଏଲ୍ ସରକାର ତାଙ୍କ ମୃତ୍ଯୁ ଖବର ନିଶ୍ଚିତ କରିଛନ୍ତି
ଇସ୍ରାଏଲ ସରକର ତାଙ୍କ ମୃତ୍ୟୁ ଖବରକୁ ଟ୍ୱିଟରରେ ସେୟାର କରି କହିଛନ୍ତି, ‘ସାନୀଙ୍କୁ ଏକ ସଙ୍ଗୀତ ମହୋତ୍ସବରୁ ଅପହରଣ କରି ହମାସ ଆତଙ୍କବାଦୀମାନେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ ଏବଂ ଗାଜାରେ ପ୍ୟାରେଡ୍ କରିଥିଲେ। ସେ ଘଟଣାର ଭୟାବହତା ଅନୁଭବ କରି ଆମର ହୃଦୟ ଭାଙ୍ଗି ଯାଇଛି ।
‘ଜର୍ମାନ ଖବରକାଗଜ DW ଅନୁଯାୟୀ ଆକ୍ରମଣ ପରେ ସେ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ହମାସ୍ ଆତଙ୍କବାଦୀମାନେ ତାଙ୍କୁ ଧରି ପକାଇଥିଲେ । ସେମାନେ ତାଙ୍କୁ ଅପହରଣ କରି ଗାଜାକୁ ନେଇଯାଇଥିଲେ । ଯେଉଁଠାରେ ତାଙ୍କୁ କ୍ୟାମେରା ସାମନାରେ ଅତ୍ୟନ୍ତ ବର୍ବରତାର ସହ ମାଡ ମରାଯାଇଥିଲା ।