ପାସ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ : ୮୧ ଦଶମିକ ୯ ପ୍ରତିଶତ ଝିଅ ପାସ୍, ପୁଅଙ୍କ ପାସ ହାର ୭୭ ଦଶମିକ ୮ ପ୍ରତିଶତ ; ୩୧ଟି ସ୍କୁଲରେ ଶୂନ୍ୟ ରେଜଲ୍ଟ, ୬୭୮ସ୍କୁଲରେ ସମସ୍ତେ ପାସ୍

337

କନକ ବ୍ୟୁରୋ : ଚଳିତ ବର୍ଷ ପୁଣି ଥରେ ବାଜି ମାରିଛନ୍ତି ଝିଅ । ବରଗଡରେ ସର୍ବାଧିକ ପାସ୍ ହୋଇଥିବାବେଳେ ନୂଆପଡା ଜିଲ୍ଲାରେ ସର୍ବନିମ୍ନ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ହୋଇଛି । ୮୧ ଶଦମିକ ୯୮ ପ୍ରତିଶତ ଛାତ୍ରୀ ପାସ୍ କରିଥିବାବେଳେ ୭୭ ଦଶମିକ ୮ ପ୍ରତଶିତ ଛାତ୍ର ପାସ୍ କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୩୪ ହଜାର ୮୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୭୮ ଦଶମିକ ୭୬ ପ୍ରତିଶତ ପାସ ସହ ମୋଟ୍ ୪ ଲକ୍ଷ ୨୧ ହଜାର ୨୫୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ- ୱାନ୍ ଗ୍ରେଡରେ ୧୨୭୯, ଏ-୨ ଗ୍ରେଡରେ ୮୪୫୮, ବି-୧ରେ ୧୮ ହଜାର ୧୮୮ ଛାତ୍ରଛାତ୍ରୀ, ବି-୨ ଗ୍ରେଡରେ ୩୧ ହଜାର ୩୨୮ ଜଣ ପାସ୍ କରିଛନ୍ତି । ସେହିପରି ସି-ଗ୍ରେଡରେ ୪୯ ହଜାର ୧୫୩, ଡି-ଗ୍ରେଡରେ ୮୯ ହଜାର ୫୬ , ଇ-ଗ୍ରେଡରେ ୨ ଲକ୍ଷ ୨୩ ହଜାର ୧୯୫ ଜଣ ପାସ୍ କରିଛନ୍ତି ।
ତେବେ ଚଳିତ ବର୍ଷ ୩୧ ଟି ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇଛି । ଅର୍ଥାତ ୩୧ଟି ସ୍କୁଲରୁ କୌଣସି ପରୀକ୍ଷାର୍ଥୀ ପାସ୍ କରିନାହାଁନ୍ତି । ଅନ୍ୟପଟେ ୬୭୮ଟି ସ୍କୁଲର ଶତପ୍ରତିଶତ ରେଜଲ୍ଟ ହୋଇଛି । ଅର୍ଥାତ ୬୭୮ଟି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କାହିଁକି ରେଜଲ୍ଟ ଖରାପ ହେଲା ସେସବୁର ତର୍ଜମା କରାଯିବ । ତାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Comments are closed.