ମୃତ୍ୟୁ ଲୁଚାଇଥିଲା ହସ୍ପିଟାଲ ! ଫେସବୁକ୍ ଲାଇଭରେ କାନ୍ଦି କାନ୍ଦି ହାଇଟେକ୍ ହସ୍ପିଟାଲ ନାଁରେ ଅଭିଯୋଗ କଲେ ଝିଅ

ଚିକିତ୍ସା ଆଳରେ ହସ୍ପିଟାଲ କର୍ତୃପକ୍ଷ ଟଙ୍କା ଅଦାୟ କରୁଥିବା ଅଭିଯୋଗ; ହସ୍ପିଟାଲ କର୍ତୃପକ୍ଷଙ୍କ ଖଣ୍ଡନ

621

କନକ ବ୍ୟୁରୋ : ରୋଗୀ ମୃତ୍ୟୁକୁ ନେଇ ରାଜଧାନୀର ହାଇଟେକ୍ ହସ୍ପିଟାଲରେ ଉତେଜନା । ୩ ଦିନ ହେବ ବାପାଙ୍କ ମୃତ୍ୟୁକୁ ଲୁଚାଇ ରଖିଥିବାଫେସବୁକ୍ ଲାଇଭରେ କାନ୍ଦି କାନ୍ଦି ଅଭିଯୋଗ କଲେ ଝିଅ । ଚିକିତ୍ସା ଆଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଅର୍ଥ ଆଦାୟ କରୁଥିବା ସଂଗୀନ ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ ଅର୍ପିତା ମହାକୁଡ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅସୁସ୍ଥ ଯୋଗୁ ବାଲିଆପଟା ବସ୍ତିର ସଂଜୀବ ମହାକୁଡଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତିନି ଦିନ ହେବ ଚିକିତ୍ସା କରାଯାଉଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନହେବାରୁ ପରିବାର ଲୋକେ ସନ୍ଦେହ କରିଥିଲେ ।

ତିନି ଦିନ ହେବ ମୃତ୍ୟୁ ହୋଇଥିଲେ ବି କାହିଁକି ଲୁଚାଇ ରଖିଥିଲେ ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲେ । ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ହସ୍ପିଟାଲ କର୍ତୃପକ୍ଷ । ସଂଜୀବଙ୍କୁ କୋଭିଡ୍ ହୋଇଥିଲା । ତାଙ୍କୁ କୋଭିଡ୍ ଆଇସ୍ରିୁରେ ଭର୍ତ୍ତି କରାଯାଇଥିଲା । ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ହାଇଟେକ୍ ହସ୍ପିଟାଲର କଚିଫ୍ ଅପରେଟିଂ ଅଫିସର ଜ୍ୟୋତିମୟ ପଣ୍ଡା ସୂଚନା ଦେଇଛନ୍ତି । କୋଭିଡ୍ ନିୟମ ଅନୁସାରେ ପରିବାର ଲୋକ କୋଭିଡ୍ ଫର୍ମରେ ଅନୁମତି ଦେବା ପରେ ମୃତଦେହ ବିଏମସିକୁ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି ।