ଗ୍ରାଇଣ୍ଡର ବକ୍ସ ଭିତରୁ ବିରାଟ ନାଗ ସାପ ଉଦ୍ଧାର : ସ୍ଥାନୀୟ ଭୟଭୀତ ଲୋକେ

100

କନକ ବ୍ୟୁରୋ : ଗ୍ରାଇଣ୍ଡର ବାକ୍ସ ପ୍ୟାକେଟ ଭିତରେ ସାଢ଼େ ୩ଫୁଟର ନାଗ । ଭୟରେ ଘର ଠାରୁ ୨ କିଲୋମିଟର ଦ୍ୱରରେ ଫୋପାଡ଼ି ଦିଆଯାଇଥିଲେ ପେଟି ଭିତରୁ ବାହାରି ପାରି ନଥିଲା ନାଗ । ଆଜି ସକାଳୁ ସ୍ନେକ ହେଲଫ ଲାଇନ ସଦସ୍ୟଙ୍କ ସହଯୋଗରେ ପେଟିରୁ ସାପକୁ ବାହାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡ଼ାଗଲା । ପୁରୀ ଜିଲ୍ଲା ଡ଼େଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁ ଗାଁରେ ଏକ ନାଗ ସାପ ପସି ଯାଇଥିଲା ।

ସାପଟିକୁ ଘରୁ ଘଉଡ଼ାଇବା ବେଳେ ମିକ୍ସର ଗ୍ରାଇଣ୍ଡର ପ୍ୟାକେଟ ଭିତରେ ପସିଯାଇଥିଲା । ବିଶ୍ୱଜିତ ପେଟିରେ ଅଖା ଗୁଡ଼ାଇ ତାକୁ ଘର ବାହାରେ ରଖି ଦେଇଥିଲେ । ଘଟଣା ସ୍ଥଳରେ ସ୍ନେକ ହେଲଫ ଲାଇନର ସଦସ୍ୟ ସୁଶାନ୍ତ ବେହେରା ପହଂଚି ସାପ ଟିକୁ ପେଟିରୁ ସୁରକ୍ଷିତ ଉଦ୍ଧାର କରିଥିଲେ ।