କନକ ବ୍ୟୁରୋ : ନଦୀ ନାଳ ଘେରା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ଆଜିପର୍ଯ୍ୟନ୍ତ ହୋଇପାରିନି ସଡକ ପଥରେ ସିଧା ଯୋଗାଯୋଗର ବ୍ୟବସ୍ଥା । ରାତି ପାହିଲେ ପଞ୍ଚାୟତବାସି ବିଭିନ୍ନ କାର୍ଯ୍ୟରେ ଘାଟ ପାରିହୋଇ ଯିବାକୁ ପଡୁଛି । ଡଙ୍ଗାରେ ଘାଟ ପାରିହେବାକୁ ହେଲେ ଦେବାକୁ ପଡୁଛି ଭଡା ବାବଦକୁ ଟଙ୍କା ଯାହାକୁ ନେଇ ଆରମ୍ଭ ହୋଇଛି ଘାଟ ଆନ୍ଦୋଳନ ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଏକ ନଦୀନାଳ ଘେରା ଅଞ୍ଚଳ । କିନ୍ତୁ ଆଜିବି କିଛି ଏପରି ଅଞ୍ଚଳ ଅଛି, ଯେଉଁଠିକି ସଡକ ପଥରେ ସିଧା ଯୋଗାଯୋଗର ବ୍ୟବସ୍ଥା ହୋଇପାରିନାହିଁ । ଏମିତି ଏକ ପଞ୍ଚାୟତ ହେଉଛି ଖରିନାସୀ ପଞ୍ଚାୟତ । ପ୍ରାୟ ୧୨ ହଜାର ଜନସାଧାରଣ ବସବାସ କରୁଥିବା ଏହି ପଞ୍ଚାୟତବାସି ମାନଙ୍କର ମୁଖ୍ୟ ସମସ୍ୟା ସାଜିଛି ନଦୀ । ଯେଉଁ ନଦୀରେ ଆଜି ପର୍ଯ୍ୟନ୍ତ ପଞ୍ଚାୟତବାସୀଙ୍କ ବାରମ୍ବାର ଦାବି ସତ୍ୱେ ମଧ୍ୟ ସେତୁଟିଏ ନିର୍ମାଣ ହୋଇପାରି ନାହିଁ । ଯେଉଁଥି ପାଇଁ ଯାତାୟତର ମୁଖ୍ୟ ମାଧ୍ୟମ ସାଜିଛି ଯାତ୍ରୀବାହୀ ଡଙ୍ଗା । ପଞ୍ଚାୟତକୁ ସଡ଼କ ପଥରେ ସିଧା ଯୋଗାଯୋଗର ବ୍ୟବସ୍ଥା ନଥିବାରୁ ଏପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଦେଖିନାହାନ୍ତି ପଞ୍ଚାୟତବାସି ।
ଖରିନାସି ଫେରିଘାଟ ସହିତ ବ୍ଲକର ବିଭିନ୍ନ ଅଂଚଳରେ ଥିବା ପ୍ରାୟ ୧୨ଟି ଫେରିଘାଟ ଦେଇ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ଯିବାଆସିବା କରିବାକୁ ହେଲେ ଦେବାକୁ ପଡୁଛି ଭଡ଼ା । ଏହି ଭଡ଼ା ଆଦାୟକୁ ପ୍ରତିବାଦ କରଛିି ଘାଟ ଆନ୍ଦୋଳନ ସାମୁଖ୍ୟ । ଘାଟ ଆନ୍ଦୋଳନର ଆବାହକ ସଂଜୟ କୁମାର ରଥଙ୍କ ସହିତ ବହୁତ ସଂଖ୍ୟାରେ ସ୍ଥାନୀୟ ଅଂଚଳବାସୀ ଖରିନାସି ଘାଟରେ ଧାରଣାରେ ବସିବା ସହିତ ଯାତ୍ରୀମାନେ ଫେରିଘାଟ ପାରି ହେବାପାଇଁ ଆଦାୟ ହେଉଥିବା ଭଡା ବାବଦକୁ ଟଙ୍କା ଆଦାୟ ବନ୍ଦ କରିବା ସହିତ ସେତୁ ନିର୍ମାଣ ପରି ୪ ଦଫା ଦାବି କରିଛନ୍ତି । ସରକାର ତୁରନ୍ତ ଘାଟ ଭଡ଼ା ବା ମାହାସୁଲ ବନ୍ଦ କରିବା ସହିତ ସେତୁ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଘାଟ ଆନ୍ଦଳନର ଆବାହକ ଓ ସ୍ଥାନିୟ ଅଂଚଳବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/01/26-29.jpg)