ଜେନେରାଲ କୋଚରେ ଲାଗିବ ଏସି !! ବିନା ଏସି କୋଚରେ ଟ୍ରାକରେ ଗଡିବ ନାହିଁ ଆଉ କୌଣସି ଟ୍ରେନ । କମ ଟଙ୍କାରେ ଉତ୍ତମ ସେବା ପାଇପାରିବେ ରେଳଯାତ୍ରୀ : ଜାଣନ୍ତୁ କେବେଠାରୁ ଏହି ନିୟମ ହେବ କାର୍ଯ୍ୟକାରୀ

1,443

କନକ ବ୍ୟୁରୋ : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ଆଣୁଛି ସ୍ୱତନ୍ତ୍ର ସୁବିଧା । ଏଣିକି କମ୍୍ ଖର୍ଚରେ ଟ୍ରେନର ଏସି କୋଚରେ ଯାତ୍ରା କରିପାରିବେ ସାଧାରଣ ଯାତ୍ରୀ । ଖୁବଶୀଘ୍ର ନୂଆ ଯୋଜନା କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି । ଏପରି ଯୋଜନା କାର୍ଯ୍ୟକାରୀ ହେଲେ କମ ଟଙ୍କାରେ ଶୀତତାପ ନିୟନ୍ତ୍ରଣ ବଗିରେ ଯାତ୍ରା କରିପାରିବେ ସାଧାରଣ ଯାତ୍ରୀ ।

ରେଳବାଇର ବଡ ନିଷ୍ପତ୍ତି
ଜେନେରାଲ ଓ ସ୍ଲିପର କୋଚରେ ଲାଗିବ ଏସି
ବିନା ଏସି କୋଚରେ ଟ୍ରାକରେ ଗଡିବ ନାହିଁ କୌଣସି ଟ୍ରେନ !

କମ ଟଙ୍କା ଦେବେ, ଏସି କୋଚର ସୁବିଧା ପାଇବେ

ମିଳିଥିବା ସୂଚନା ଅନୁସାରେ, ରେଲୱେ ଦେଶରେ ଏମିତି ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି । ଯାହା ଦ୍ୱାରା ଯାତ୍ରୀମାନେ କମ୍ ଖର୍ଚରେ ଉତମ ସୁବିଧାର ପାଇପାରିବେ, କାରଣ ସ୍ଲିପର ଓ ଅଣସଂରକ୍ଷିତ କୋଚକୁ ଏସିି କୋଚ୍୍ କରିବାକୁ ଯୋଜନା କରୁଛି ଭାରତୀୟ ରେଳ ମନ୍ତ୍ରାଳୟ ।

ସ୍ଲିପର କୋଚ୍ ହେବ ଇକୋନୋମିକ୍ ୩ ଟାୟାର ଏସି କୋଚ୍ !

ରେଳ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସ୍ଲିପର କ୍ଲାସ କୋଚକୁ ଇକୋନୋମିକାଲ ଏସ ୩ ଟାୟାର କ୍ଲାସ କୋଚ କୁହାଯିବ । ଏହାସହ ଅଣସଂରକ୍ଷିତ କୋଚର ଜେନେରାଲ ବଗିକୁ ମଧ୍ୟ ଏସି କୋଚରେ ପରିଣତ କରାଯିବ ।

ପ୍ରତି କୋଚ୍ ପ୍ରତି ଖର୍ଚ୍ଚ ହେବ ୩ କୋଟି !

ରେଳ ବିଭାଗ ନିଷ୍ପତ୍ତି ଅନୁସାରେ, ବଦଳିବ ଟ୍ରେନ କୋଚ । ତେବେ ବର୍ତମାନ ସମୟରେ କପୁରଥାଲା ରେଲ କୋଚ ଫ୍ୟାକ୍ଟ୍ରିରେ କୋଚ୍ କାମ ଆରମ୍ଭ କରାଯାଇଛି । ସାଧାରଣ ଭାବରେ ବଗି ଗୁଡିକରେ ୭୨ ସିଟ୍ ଥାଏ କିନ୍ତୁ ଏହି ବଗିରେ ୮୩ ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ଏହିପରି ଭାବରେ ୨୩୦ କୋଚ ତିଆରି ହେବ ବୋଲି ସୂଚନା ମିଳିଛି । ପ୍ରତି କୋଚରେ ୩ କୋଟି ଟଂକା ଖର୍ଚ୍ଚ ହେଉଛି ।

ନୂଆ କୋଚରୁ ଆଦାୟ ହେବ ଅଧିକ ଟଙ୍କା !

ଏହିପରି କୋଚରୁ ରେଲୱେ ଅଧିକ ରୋଜଗାର କରିବ ବୋଲି ଆଶା ରଖିଛି । ଏହା ବ୍ୟତିତ ଜେନେରାଲ କୋଚର ସିଟ ସଂଖ୍ୟାକୁ ବଢାଯାଇ ୧୦୦ ସିଟ୍ ବିଶିଷ୍ଟ କରାଯିବ ବୋଲି ସୂଚନା ରହିଛି । ଅଧିକ ଚାହିଦା ପାଇଁ ରେଳବାଇ ଇକୋନୋମିକ୍ସ ଏସି-୩ ଟାୟାରରୁ ଭଲ ରୋଜଗାର ଆଶା କରୁଛି । ଆଗାମୀ ଦିନରେ କୋଚ ଗୁଡିକୁ ସଂପୂର୍ଣ୍ଣ ଏସି କୋଚ କରିବା ନେଇ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଉନ୍ନତ ଏବଂ ନିରାପତା ପାଇଁ ଉଭୟ ଅପଗ୍ରେଡ୍ କୋଚ୍ ଏଲଏଚବି ପ୍ଲାଟଫର୍ମରେ ନିର୍ମାଣ ହେବ ।

ପୂର୍ବରୁ ବି ହୋଇଥିଲା ଏମିତି ଯୋଜନା

କଂଗ୍ରେସ ଶାସନ କାଳରେ ୨୦୦୪-୦୯ ବର୍ଷରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ଏହି ଯୋଜନା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସେହି ସମୟରେ ମଧ୍ୟ ଗରିବ ରଥ ଟ୍ରେନର ଶୁଭାରମ୍ଭ ହୋଇଥିଲା । ଯାତ୍ରୀମାନେ ଗରିବ ରଥରେ ଯାତ୍ରା କଲା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେଥିପାଇଁ ଅନେକ ଅଭିଯୋଗ ମଧ୍ୟ ହୋଇଥିଲା । ତେଣୁ ପରେ ଏହି କୋଚ୍୍ ତିଆରି ବନ୍ଦ କରିଦିଆଯାଇଥିଲା । କିନ୍ତୁ ବର୍ତମାନ ସମୟରେ ବି ଗରିବରଥ କୋଚ ଟ୍ରାକରେ ଗଡୁଛି ।

ତେବେ ସରକାରଙ୍କ ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ନିଶ୍ଚିତ ଭାବରେ ଯାତ୍ରୀମାନେ ସୁବିଧା ପାଇବେ ।