ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର,କୋର କମିଟି ଓ ଟେକ୍ନିକାଲ କମିଟିର ଉପସ୍ଥିତିରେ ଖୋଲାଯିବ ରତ୍ନଭଣ୍ଡାର ।

279

କନକବ୍ୟୁରୋ: ଜୁଲାଇ ୮ ତାରିଖରେ ଖୋଲିବ ରତ୍ନ ଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି, ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । କୋର କମିଟି, ଟେକ୍ନିକାଲ କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ଜୁଲାଇ ୭ ତାରିଖରେ ରଥଯାତ୍ରା । ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସ୍ଆଇ । ଏହାକୁ ଆଧାର କରି ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତି ହୋଇଛି ।

ଶେଷ ଥର ପାଇଁ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଚେଷ୍ଟା କରାଯାଇଥିଲା । ଶ୍ରୀମନ୍ଦିର ନୀତି ପ୍ରଶାସକ, ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ୧୬ ଜଣିଆ ଏସ୍ଏସ୍ଆଇ ଟିମ ରତ୍ନ ଭଣ୍ଡାର ଖୋଲିବାକୁ ଚେଷ୍ଟା କରାଯାଇଥିଲା । ହେଲେ ଭିତର କବାଟର ଚାବି ନଥିବାରୁ ବାହାରୁ ସ୍ଥିତି ଅନୁଧ୍ୟାନ କରି ଟିମ ଫେରିଥିଲା । ଏହାପରଠାରୁ କେବେ ରତ୍ନଭଣ୍ଡାର ଖୋଲାଯିବ ସେନେଇ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି ।

– ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ ହୋଇଥିଲା
– ୩ଟା ତାଲା ଖୋଲି ବାହାର ଭଣ୍ଡାରର ଦେଖିଥିଲେ ଯାଂଚ କମିଟି
– ଜାଲି କବାଟ ଦେଇ ଟର୍ଚ୍ଚରେ କରିଥିଲେ ଅନୁଧ୍ୟାନ
– ଭିତର ଭଣ୍ଡାର ଚାବି ନ ମିଳିବାରୁ ବାହାରୁ ଅନୁଧ୍ୟାନ କରିଥିଲେ
– ଚାବି ନମିଳିବା ପରେ ରତ୍ନ ଭଣ୍ଡାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
– ନଭେମ୍ବର ୩୦, ୨୦୨୩ରେ କରାଯାଇଥିଲା ଲେଜର ସ୍କାନିଂ
– ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ କରାଯାଇଥିଲା